Latest Odisha News

‘ଆନ୍ଦୋଳନ ଦିଲ୍ଲୀ ଯାଏଁ ଯିବ’

ଭୁବନେଶ୍ୱର: ୟୁପି ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଆଜି ବିଧାନସଭାରେ ପ୍ରବଳ ତାତି ଦେଖିବାକୁ ମିଳିଛି । କଂଗ୍ରେସ ସଦସ୍ୟମାନେ ଗୃହ ଭିତରେ ହୋହଲ୍ଲା କରିଛନ୍ତି । ଏହାକୁ ନେଇ ବିଜେଡି ବିଧାନସଭା ବାହାରେ ପ୍ରତିକ୍ରିୟା ରଖିଛି ।

ଦଳିତ ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଦିଲ୍ଲୀ ଯାଏଁ ଆନ୍ଦୋଳନ ଯିବ ବୋଲି କହିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।  ୟୁପି ପୋଲିସ ଓ ପ୍ରଶାସନ, ଯୋଗୀ ସରକାରଙ୍କ ହାତବାରିସି ସାଜିଛି । ଦୁଷ୍କର୍ମ ପରି ସମ୍ବେଦନଶୀଳ ପ୍ରସଙ୍ଗରେ ବାରମ୍ବାର ବିବୃତି ବଦଳାଉଛନ୍ତି ଜିଲ୍ଲାପାଳ । ତେଣୁ ଦଳିତ ମହିଳାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି କରିଛି ବିଜେଡି । ନ୍ୟାୟ ନମିଳିଲେ ଦଳ ରାଜରାସ୍ତାକୁ ଓହ୍ଳାଇବ ଏପରିକି ଦିଲ୍ଲୀ ଯାଏ ଆନ୍ଦୋଳନ ଯିବ ବୋଲି କହିଛନ୍ତି ସ୍ନେହାଙ୍ଗିନି ଛୁରିଆ ।

Leave A Reply

Your email address will not be published.