Latest Odisha News

BREAKING NEWS

ହିନ୍ଦୁ ଦେବୀଙ୍କ ପ୍ରତି ଫେସବୁକରେ ଅଶାଳୀନ ପୋଷ୍ଟ; ଥାନାରେ ମାମଲା ରୁଜୁ

କଟକ: ଫେସବୁକରେ ହିନ୍ଦୁ ଦେବୀ ଦୁର୍ଗାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ତଥା ଧର୍ମୀୟ ଭାବନାକୁ ଆଘାତ ଦେବା ଅଭିଯୋଗରେ କଟକର ଜଣେ ଯୁବକଙ୍କ ବିରୋଧରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି ।

ଏସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କଟକ ଡିସିପି ।

ପ୍ରାପ୍ତ ସୂଚନାନୁଯାୟୀ, ବିଜେପି କଟକ ୟୁନିଟ୍ ପକ୍ଷରୁ କ୍ୟାଣ୍ଟନମେଣ୍ଟ ଥାନାରେ ସମ୍ପୃକ୍ତ ଯୁବକଙ୍କ ବିରୋଧରେ ଅଭିଯୋଗ କରାଯାଇଛି ।

ଏହାସହ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରିକି ଲାଇକ୍ ଓ ସେୟାର କରିଥିବା ଲୋକଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିସିପି ସୂଚନା ଦେଇଛନ୍ତି । ସେ ଜନସାଧାରଣଙ୍କୁ ଶାନ୍ତି ଓ ସୌହାର୍ଦ୍ଦ୍ୟ ବଜାୟ ରଖିବାକୁ ଅନୁରୋଧ କରିଛନ୍ତି ।

ତେବେ ପୋଲିସ ପକ୍ଷରୁ ଏଭଳି ଅପମାନ ଜନକ ପୋଷ୍ଟକୁ ଗଭୀରତାର ସହ ନିଆଯାଇଥିବା ବେଳେ କ୍ୟାଣ୍ଟନମେଣ୍ଟ ଥାନା କେସ ନମ୍ବର-୧୧୦ ତା-୧୯.୦୯.୨୦୨୦ ୟୁ/ଏସ୍ ୧୫୩(ଏ)/୨୯୨(ଏ)/୨୯୫(ଏ)/୫୦୫/୧୨୦(ବି) ଆଇ.ପି.ସି/୬୭ ଆଇ.ଟି.ଆକ୍ଟ ରୁଜୁ କରାଯାଇ ତଦନ୍ତ କରାଯାଉଅଛି।

 

Leave A Reply

Your email address will not be published.