Latest Odisha News

ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ଟାଇଟଲ ଟ୍ରାକ୍‌ର ଟିଜର

ମୁମ୍ବାଇ: ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ରିଲିଜ ହୋଇଛି ଟାଇଟଲ ଟ୍ରାକ୍‌ର ଟିଜର । ଏହା ସୋଶାଲ୍ ମିଡିଆରେ ଧୂମ୍ ମଚାଇଦେଇଛି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି।

ଏହି ଟିଜର ଡିଜ୍‌ନି + ହଟଷ୍ଟାର୍‌ର ଅଫିସିଆଲ୍ ଇନଷ୍ଟାଗ୍ରାମରୁ ଶେୟାର କରାଯାଇଛି। ଏହି ଭିଡିଓରେ ସୁଶାନ୍ତ ସିଂ ରାଜପୁତ ଷ୍ଟେଜ୍ ଉପରକୁ ଏଣ୍ଟ୍ରି କରୁଥିବା ଦେଖିବାକୁ ମଳିଛି। ଆସନ୍ତାକାଲି ଏହି ଗୀତଟି ରିଲିଜ୍ ହେବ। ‘ଦିଲ୍‌ ବେଚାରା’ର ଟ୍ରେଲର୍ ନିକଟରେ ରିଲିଜ୍ ହୋଇଥିଲା। ରିଲିଜ୍ ହେବା ମାତ୍ରେ ଏହା ସୋଶାଲ୍‌ ମିଡିଆରେ ଟ୍ରେଣ୍ଡିଂରେ ରହିଥିଲା।

ସୁଶାନ୍ତଙ୍କ ଏହି ଶେଷ ଫିଲ୍ମଟିକୁ ଦର୍ଶକ ସିନେମା ହଲ୍‌ରେ ବଡ଼ ପରଦାରେ ଦେଖିବାକୁ ଚାହୁଁଛନ୍ତି। ହେଲେ କୌଣସି କାରଣରୁ ଫିଲ୍ମଟିକୁ ଜୁଲାଇ ୨୪ରେ OTT ପ୍ଲାଟଫର୍ମ ହଟଷ୍ଟାର ଡିଜନିରେ ରିଲିଜ୍ କରାଯାଉଛି। ଏହି ଫିଲ୍ନଟି ଜନ୍‌ ଗ୍ରୀନ୍‌ଙ୍କ ଉପନ୍ୟାସ ‘Fault in Our Stars’ ଉପରେ ଆଧାରିତ ହୋଇଛି। ଫିଲ୍ମରେ ସୁଶାନ୍ତଙ୍କ ସହ ନବାଗତା ସଞ୍ଜନା ସାଘିଂ ନଜର ଆସିବେ।

Comments are closed.