Latest Odisha News

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କୁ ମିଶାଇ ମୋଟ୍ ସଂଖ୍ୟା ୨୧୩ ଛୁଇଁଲା

କଟକ: କଟକରେ ଗୁରୁବାର ଦିନ ୧୧ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୧୩ରେ ପହଞ୍ଚିଛି।

ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ(ସିଏମସି)।

ଉକ୍ତ ଟ୍ୱିଟ ଅନୁଯାୟୀ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରେ ୪ ଜଣ ଇନଷ୍ଟିଚୁସନାଲ୍ କ୍ୱାରେଣ୍ଟାଇନ୍‌, ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍ ଓ ୩ଟି ସ୍ଥାନୀୟ ମାମଲା ରହିଛି । ତନ୍ମଧ୍ୟରେ କଟକ ଏସସିବି ମେଡିକାଲ୍ କଲେଜର ଆଇସୋଲେସନ୍ ୱାର୍ଡରୁ ୨ଟି ମାମଲା ଏବଂ ଜଣେ ଘରୋଇ ନର୍ସିଂ ହୋମରୁ ଚିହ୍ନଟ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ସିଏମସି ଅଞ୍ଚଳରେ ବର୍ତ୍ତମାନ ୧୭୯ଟି ସକ୍ରିୟ ମାମଲା ରହିଥିବା ବେଳେ ୩୨ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୨ ଜଣ କରୋନା ରୋଗୀ ମୃତ୍ୟୁବରଣ କରିଛନ୍ତି।

Leave A Reply

Your email address will not be published.