Latest Odisha News

BREAKING NEWS

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ସାଇକୋ ଲେଡିକୁ ନେଇ ବିକାଶଙ୍କ ବଡ ବୟାନ

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମତ୍ୟୃକୁ ନେଇ ପ୍ରତିଦିନ ଆସୁଛି ନୂଆ ନୂଆ ମୋଡ । ଗତକାଲି ଆଦିତ୍ୟଙ୍କ ମୃତ୍ୟୁ ପଛରେ ଜଣେ ସାଇକୋ ଲେଡିଙ୍କ ସଂପର୍କ ଥିବା ନେଇ ଆଦିତ୍ୟ ବାପାଙ୍କ ଅଭିଯୋଗ ପରେ ଏବେ ମୁହଁ ଖୋଲିଛନ୍ତି ସହଯୋଗୀ ବିକାଶ । ସେ କହିଛନ୍ତି , ସାଇକୋ ଲେଡି ବୋଲି ଯାହାକୁ କୁହାଯାଉଛି, ସେ ସାଇକୋ କି ନୁହେଁ ସେ ଜାଣିନାହାନ୍ତି । କିନ୍ତୁ ସେ ବାଲେଶ୍ୱରର ଝିଅ । ଉଭୟଙ୍କ ପକ୍ଷରୁ ସହମତିରେ ସଂପର୍କ ଥିଲା । ସେହି ଝିଅ ସହ ୬, ୭ ମାସ ତଳେ କଥା ହୋଇଥିଲେ ।

ଆଦିତ୍ୟ ସେହି ଝିଅ ସହ ବିକାଶଙ୍କୁ କଥା କରାଇଥିବା ସେ କହିଛନ୍ତି । ଏପରିକି ସେହି ଝିଅ ଆଶ୍ରମ ଆସିଥିଲେ, ସେଠାରେ ତାଙ୍କ ସହ ଦେଖାହୋଇଥିଲା ବୋଲି ବିକାଶ କହିଛନ୍ତି । ଆଦିତ୍ୟଙ୍କୁ କେହି ଧମକ ଦେଇନାହାନ୍ତି,କେହି ଧମକ ଦେଇଥିଲେ ସେ ଜାଣିଥାନ୍ତେ ବୋଲି କନକ ନ୍ୟୁଜକୁ କହିଛନ୍ତି । ଏହା ସହିତ ବିସ୍ମିତ୍ କିଏ ବୋଲି ବିକାଶ ଜାଣିନଥିବା କହିଛନ୍ତି ।

ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ କ୍ରାଇମବ୍ରାଂଚ ଖୋଳତାଡ କରୁଥିବା ବେଳେ, ଦୁଇ ବନ୍ଧୁ ବିକାଶ ଓ ପପୁ ଏବଂ ପତ୍ନୀ ବିଦ୍ୟାଶ୍ରୀଙ୍କ ପଲିଗ୍ରାଫ ଟେଷ୍ଟ ସରିଥିବା ବେଳେ ଏବେ ସାମନାକୁ ଆସିଛି ଜଣେ ରହସ୍ୟମୟୀ ମହିଳାଙ୍କ ଭୂମିକା ।

Leave A Reply

Your email address will not be published.