Latest Odisha News

BREAKING NEWS

ନୂଆପଡା: ପୋଲିସ ନିକଟରେ ମହିଳା କ୍ୟାଡର୍ ମାଓବାଦୀଙ୍କ ଆତ୍ମସମର୍ପଣ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମଙ୍ଗଳବାର ଦିନ ପୋଲିସ ନିକଟରେ ଜଣେ ମହିଳା କ୍ୟାଡର୍ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।

ଅନ୍ୟପକ୍ଷରେ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କ ନାମ ଡାଲମତି ପହଁରିଆ ବୋଲି ଜଣାପଡିଛି ।

ଗଣମାଧ୍ୟମକୁ ସୂଚନା ଦେଇ ନୂଆପଡା ଏସପି ପରମାର ସ୍ମିତ କହିଛନ୍ତି “ ମୈନପୁର- ନୂଆପଡା ଡିଭିଜନରେ ସକ୍ରିୟ ଥିବା ମାଓ ସଙ୍ଗଠନର ଜଣେ ସଦସ୍ୟ ହେଉଛନ୍ତି ଡାଲମତି ଏବଂ ପୂର୍ବରୁ ଓଡ଼ିଶା ସରକାର ଡାଲମତିଙ୍କ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥଲେ।

ସୂଚନାଯୋଗ୍ୟ ସେ ଆଜି ପୋଲିସ ନିକଟରେ ଆତ୍ମ ସମର୍ପଣ କରିଥିବାରୁ ସରକାରୀ ନିୟମ ଅନୁଯାୟୀ ତାଙ୍କୁ ଥଇଥାନ କରାଯିବ ବୋଲି ଏସପିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.