ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ଏହି ଦୁନିଆରେ ଆମ ସହିତ ନାହାନ୍ତି ସତ କିନ୍ତୁ ସେ ଏବେବି ପ୍ରଶଂସକଙ୍କ ହୃଦୟରେ ବଞ୍ଚିରହିଛନ୍ତି। ତେବେ ସୁଶାନ୍ତ ସିଂ ରାଜପୁତଙ୍କ ଚଳଚ୍ଚିତ୍ର ‘ଚନ୍ଦା ମାମା ଦୂର୍ କେ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଥିଲେ। ଯେଉଁଥିରେ ତାଙ୍କୁ ମହାକାଶଚାରୀ ଭୂମିକାରେ ଅଭିନୟ କରିଥାନ୍ତେ। କିନ୍ତୁ ସେତେବେଳେ ଅଧିକ ବଜେଟ୍ ହେତୁ ଫିଲ୍ମ ନିର୍ମାତାମାନେ ଫିଲ୍ମକୁ ପ୍ରସ୍ତୁତ କରିପାରି ନଥିଲେ। ଏହି ଚଳଚ୍ଚିତ୍ର ପାଇଁ ସୁଶାନ୍ତ ନାସାରେ ଟ୍ରେନିଂ ନେଇଥିଲେ।
ନିର୍ଦ୍ଦେଶକ ସଞ୍ଜୟ ସିଂ କହିଛନ୍ତି ଯେ ସେ ଏହି ଫିଲ୍ମରେ ପୁଣି କାମ କରିବା ଆରମ୍ଭ କରିବେ ଏବଂ ସୁଶାନ୍ତ ସିଂ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି ଫିଲ୍ମ ନିର୍ମାଣ କରାଯାଉଛି। ୨୦୧୭ ରେ ଏହି ଚଳଚ୍ଚିତ୍ରର ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା। ଯେଉଁଥିପାଇଁ ସୁଶାନ୍ତ ତାଙ୍କ ଚରିତ୍ରକୁ ନିଖୁଣ ଭାବେ ଅଭିନୟ କରିବାକୁ ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନରେ ଟ୍ରେନିଂ ନେବାକୁ ଯାଇଥିଲେ।
Comments are closed.