ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ନୂଆ ମୋଡ ନେଇଛି । ପୋଷ୍ଟମର୍ଟମ ଷ୍ଟାଫ ରୂପକୁମାର ଶାହ ବୁଧବାର ଆଉ ଏକ ଖୁଲାସା କରିଛନ୍ତି । ସୁଶାନ୍ତଙ୍କ ଶବ ଯେତେବେଳେ ପୋଷ୍ଟମର୍ଟମ ପାଇଁ ଅଣା ଯାଇଥିଲା ସେତେବେଳେ ତାଙ୍କ ଆଖିରେ ଆଘାତ ଲାଗିଥିବା ସ୍ପଷ୍ଟ ଭାବେ ଜଣା ପଡୁଥିଲା । ସତେ ଯେପରି ତାଙ୍କୁ କିଏ ମାରିଥିଲା । ସେ ସମୟରେ ଉଦ୍ଧବ ଠାକରେଙ୍କ ସରକାର ଥିବାରୁ ମୁଁ ଭୟରେ କିଛି କହି ନ ଥିଲି ବୋଲି ରୂପକୁମାର କହିଛନ୍ତି । ସରକାର ବଦଳିବା ପରେ ମୋର ସାହସ ଆସିଛି । ସୁଶାନ୍ତଙ୍କୁ ନ୍ୟାୟ ମିଳିବା ଉଚିତ । ଏଥିପାଇଁ ମୋ ଜୀବନ ଗଲେ ବି ଚିନ୍ତା ନାହିଁ । ତାଙ୍କ ଶରୀରରେ ଅନେକ ସ୍ଥାନରେ ହାଡ ଭାଙ୍ଗିଥିବା ମଧ୍ୟ ଜଣା ପଡୁଥିଲା ।
ସୋମବାର ରୂପକୁମାର ମିଡିଆ ସାମ୍ନାରେ ସୁଶାନ୍ତ କେସ ନେଇ ମୁହଁ ଖୋଲିଥିଲେ । ପୋଷ୍ଟମର୍ଟମର ରେକର୍ଡିଂ ହେବା ଉଚିତ ଥିଲା । ସିନିୟର ଷ୍ଟାଫମାନେ ଫଟୋ ଉଠାଇ ଏହି ଘଟଣାକୁ ଦାବୀ ଦେବାକୁ ଚାହିଁଥିଲେ ବୋଲି ରୂପକୁମାର କହିଛନ୍ତି । ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ବୋଲି ସିବିଆଇ କହିଥିଲେ ମଧ୍ୟ ପ୍ରଶଂସକଙ୍କ ସମେତ ତାଙ୍କ ପରିବାରବର୍ଗ ଏହା ଏକ ସୁଚିନ୍ତିତ ହତ୍ୟା ଷଡଯନ୍ତ୍ର ବୋଲି କହିଛନ୍ତି ।
Comments are closed.