Latest Odisha News

BREAKING NEWS

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା; ଟଳିଲେ ତିନି ଆତଙ୍କୀ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ ସଫଳତା । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଛନ୍ତି ୩ ଆତଙ୍କୀ । ଜମ୍ମୁର ସିଧରା ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୩ ଆତଙ୍କୀ ନିପାତ ହୋଇଛନ୍ତି । ଏହି ତିନିଜଣ ଆତଙ୍କୀ ଟ୍ରକରେ ସୀମା ପାର କରି କାଶ୍ମୀର ଆସୁଥିଲେ । ସୁରକ୍ଷା କର୍ମୀ ଚେକିଂ କରିବା ସମୟରେ ଆତଙ୍କୀମାନେ ଫାୟାରିଂ କରିବା ସହ ଠେଲାପେଲା ଗଣ୍ଡଗୋଳ କରିଥିଲେ । ଏହାପରେ ପୋଲିସ ଏନକାଉଣ୍ଟର ଆରମ୍ଭ କରିଥିଲା । ତେବେ  ଡ୍ରାଇଭର ଟ୍ରକ ଛାଡ଼ି ଖସି ପଳାଇଥିଲା । ସୁରକ୍ଷାକର୍ମୀ ଜେସିିବି ସାହାଯ୍ୟରେ ଟ୍ରକକୁ ଭାଙ୍ଗୁଥିବା ଜଣାଯାଇଛି ।

ମିିଳିଥିବା ସୂୁଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୭.୩୦ରେ ସୁରକ୍ଷାକର୍ମୀମାନେ ସିଧରା ଅଞ୍ଚଳରେ ପ୍ୟାଟ୍ରୋଲିଂ କରୁଥିବା ବେଳେ ୩ ଜଣ ଆତଙ୍କବାଦୀ ଗୋଟିଏ ଟ୍ରକ୍‌ରେ କାଶ୍ମୀରକୁ ଅନୁପ୍ରବେଶ କରୁଥିଲେ । ସୁରକ୍ଷାକର୍ମୀ ଟ୍ରକକୁ ଅଟକାଇବା କ୍ଷଣି ସେମାନେ  ହମଲା କରିଥିଲେ। ଏହାର ଜବାବ ମଧ୍ୟ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଦିଆଯାଇଥିଲା। ପ୍ରାୟ ଘଣ୍ଟାଏ ଧରି  ଗୁଳି ବିନିମୟ ଚାଲିଥିଲା ।  ସମସ୍ତ ୩   ଆତଙ୍କବାଦୀ ନିହତ ହୋଇଥିବା ଜମ୍ମୁ-କଶ୍ମୀର ଏଡିଜିପି କହିଛନ୍ତି।

ସୁରକ୍ଷା କର୍ମୀ ମୃତଦେହ ଉଦ୍ଧାର କରିବା ସହ ସେମାନଙ୍କ ନିକଟରୁ ଏକେ ସିରିଜର ୩ଟି ବନ୍ଧୁକ ଓ ବିସ୍ଫୋରକ ଜବତ କରିଛନ୍ତି ।  ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରହିଛି।

Leave A Reply

Your email address will not be published.