Latest Odisha News

BREAKING NEWS

ଏକକ, ଯୁଗଳ ଓ ଦଳଗତ ଓଡ଼ିଶୀ ନୃତ୍ୟରେ ଦର୍ଶକଙ୍କ ମନ ମୋହିଲେ ନୃତ୍ୟଶିଳ୍ପୀ

ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ୱିତୀୟ ଦିବସ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଆନ୍ତର୍ଜାତିକ ଓଡ଼ିଶୀ ନୃତ୍ୟ ମହୋତ୍ସବର ଦ୍ଵିତୀୟ ଦିବସ ଅବସରରେ ଖ୍ୟାତନାମା ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଯାଇଛି । ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଶୁଚିସ୍ମିତା ମନ୍ତ୍ରୀ, ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ମିଶ୍ର, ସଂସ୍କୃତି ବିଭାଗ ଅନୁ ସଚିବ ଲକ୍ଷ୍ମୀଧର ବେହେରା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ।

ବିଶ୍ୱଜିତ ବଳିୟାରସିଂହଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ଜାଗୃତି ସାଂସ୍କୃତିକ ଏକାଡେମୀ (ଭୁବନେଶ୍ୱର) ପକ୍ଷରୁ ଦଳଗତ, ଅଙ୍କିତା ବେହେରା(ଏକକ ଓଡିଶୀ,ଭୁବନେଶ୍ୱର), ପୁରୋମିତା ବାନାର୍ଜୀ, ଲାବଣ୍ୟ ଘୋଷ (କୋଲକାତା-ଉଭୟ ଏକକ ), ଶ୍ରୀମୟୀ ନୃତ୍ୟ ଅନୁଷ୍ଠାନ, ଭୁବନେଶ୍ୱର(ଦଳଗତ), ବିଧି ସେନଗୁପ୍ତା(ଛତିଶଗଡ-ଏକକ ), ବସନ୍ତକୁମାର ନନ୍ଦ (ଭୁବନେଶ୍ୱର-ଏକକ ), ସ୍ପ୍ରିୟା ଦତ୍ତ-ଏକକ,(ନୂଆ ଦିଲ୍ଲୀ), ଅଙ୍କିତ କୁମାର ଦାସ(ବ୍ରହ୍ମପୁର)-ଏକକ , ମନମୋହନ ସଙ୍ଗୀତ ପରିଷଦ,ଭଦ୍ରକ ଦଳଗତ ଓ ନୃତ୍ୟ ପରିବେଷିତ ହୋଇଥିଲା । ସେହିପରି ଦ୍ଵିତୀୟ ଅଧିବେଶନରେ ସଂଚାରୀ ଫାଉଣ୍ଡେସନ(ନୂଆ ଦିଲ୍ଲୀ) ପକ୍ଷରୁ ଦଳଗତ , ତିଥି ଦାସ (କୋଲକାତା-ଏକକ ), ରୁବି ହାତୀ ଏବଂ ଶର୍ମିଷ୍ଠା ତରାଇ(ଯୁଗଳ ନୃତ୍ୟ), ଦେବାଶ୍ରିତା ସ୍ୱାଇଁ , ଭୁବନେଶ୍ୱର(ଏକକ ), ସିମନ୍ତିନୀ ମିତ୍ର ବେହୁରା(ଏକକ ହୋଷ୍ଟନ-ଆମେରିକା), ନର୍ତ୍ତେଶ୍ୱର ସାଂସ୍କୃତିକ କେନ୍ଦ୍ର, କୋଲକାତା,ଦଳଗତ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ନୃତ୍ୟ ଶିଳ୍ପୀମାନଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.