Latest Odisha News

ଆସନ୍ତୁ ଜାଣିବା ସୁଶାନ୍ତଙ୍କ ହାରିବା ପଛର ଏ ଟୁ ଜେଡ କାରଣ !

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କଲେ । ଏହାର ବିଭିନ୍ନ କାରଣ ସମ୍ମୁଖକୁ ଆସୁଛି । ତେବେ ଆସନ୍ତୁ ଜାଣିବା ଏହାର ଆନୁମାନିକ ଏ ଟୁ ଜେଡ କାରଣ ।
 ୟଶରାଜ ପ୍ରଡକ୍ସନ: ୟଶରାଜ ଫିଲ୍ମ ଶୁଦ୍ଧ ଦେଶୀ ରୋମନ୍ସ,ବୈମ୍ୟକେଶ ବକ୍ସି ଓ ଶେଖର କାପୁରଙ୍କ ପାନୀ ଫିଲ୍ମ ପାଇଁ ସୁଶାନ୍ତଙ୍କୁ ଚୁକ୍ତି କରିଥିଲେ । ପାନୀ ଫିଲ୍ମ ବନ୍ଦ ହେଇଯିବା ପରେ ୟଶରାଜ ଓ ସୁଶାନ୍ତଙ୍କ ମଧ୍ୟରେ ଅଶାନ୍ତି ଉପୁଜିଲା ।
ଭଁସାଲି ପ୍ରଡକ୍ସସନ: ପାନୀ ପାଇଁ ସୁଶାନ୍ତ ଅନେକଗୁଡିଏ ଫିଲ୍ମ ହାତଛଡା କରିଥିଲେ । ପାନୀ ପରେ ଗୋଲିୟୋଁ କି ରାସଲୀଲା : ରାମଲୀଲା ଓ ବାଜିରାଓ ମସ୍ତାନି ପାଇଁ ସେ ଭଁସାଲିଙ୍କ ସହ କଥାବାର୍ତା ଚୂଡାନ୍ତ କରିଥିଲେ । ୟଶରାଜ ଚାପ ପକାଇ ଏହି ୨ଟି ଫିଲ୍ମ ତାଙ୍କ ହାତରୁ ଛଡାଇନେଲେ । ଏହା ପରେ କରନ ଜୋହରଙ୍କ ଡ୍ରାଇଭ ଫିଲ୍ମ ୨ ବର୍ଷ ହେବ ହଲରେ ରିଲିଜ ହେଲାନି । ପରେ ନେଟଫ୍ଲିକ୍ସରେ ଏହା ରିଲିଜ ହେଲା ।
ଛିଛୋରେ ପରେ ସାଜିଦ କାମ ଦେଲେନି: ଛିଛୋର ପରି ହିଟ ଫିଲ୍ମ ଦେବା ସତ୍ୱେ ସାଜିଦ ନାଡିୱାଡୱାଲା ଫିଲ୍ମ ଦେଲେନି । ଏହା ପଛରେ କରନ ଜୋହର ଓ ୟଶରାଜଙ୍କ ହାତ ଥିବା ଅନୁମାନ କରାଯାଉଛି ।

BjdElectrycity

ହତାଶ ଭାବ : ବାରମ୍ବାର ଫିଲ୍ମ ନେଇ ତାଙ୍କ ସହିତ ହଇରାଣ କରାଯିବା ଯୋଗୁ ସୁଶାନ୍ତ ଫିଲ୍ମ ପୂର୍ବରୁ ସର୍ତ ରଖିଲେ । ଯାହା ବଡ ବଡ ପ୍ରଡ୍ୟୁସରଙ୍କୂ ଖରାପ ଲାଗିଲା ।
କମଲ ଖାଁଙ୍କ ଟୁଇଟ: ଛିଛୋର ପରେ ସୁଶାନ୍ତଙ୍କୁ କୌଣସି ବଡ କମ୍ପାନୀ ଫିଲ୍ମରେ ନ ନେବା ପାଇଁ ନିଷ୍ପତି ନେଇଛନ୍ତି ବୋଲି କମଲ ଖାଁ ଟୁଇଟ କରିଥିଲେ । ଯାହା ଏବେ ସତ୍ୟ ପ୍ରମାଣିତ ହେଲା । ସେ କିପରି ଏହି କଥା ଜାଣିଲେ ?
ରୁମି ଜାଫରୀଙ୍କ ଫିଲ୍ମ ଡେରି ହେବା : କରୋନା ଭାଇରସ ଲକଡାଉନ ଯୋଗୁ ରୁମି ଜାଫରୀଙ୍କ ଫିଲ୍ମ କଥା ଆଗକୁ ବଢ଼ିପାରି ନ ଥିଲା ।
ମହେଶ ଭଟ୍ଟ-ରିୟାଙ୍କ ଭୂମିକା: ମହେଶ ଭଟ୍ଟ ଏବଂ ରିୟାଙ୍କୁ ନେଇ ଗୁଜବ ଉଠିଲା । ସୁଶାନ୍ତଙ୍କୁ ଛାଡିବା ପାଇଁ ମହେଶ ଭଟ୍ଟ ରିୟାଙ୍କୁ ଉସୁକାଇଥିଲେ ।

Leave A Reply

Your email address will not be published.