Latest Odisha News

ରଥଯାତ୍ରା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶନାମାରେ କ’ଣ ସର୍ତ୍ତ ରଖିଲେ ଜାଣନ୍ତୁ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜୁନ ୨୩ ତାରିଖରେ ପୁରୀଠାରେ ଅନୁଷ୍ଠିତ ହେବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବାଲାଗି କରୋନା ମହାମାରୀ ଯୋଗୁଁ କଟକଣାଯୁକ୍ତ ଅନୁମତି ପ୍ରଦାନ କରିଛନ୍ତି ।

“ ଜନସାଧାରଣଙ୍କ ଉପସ୍ଥିତି ବିନା ରଥଯାତ୍ରା କଟକଣା ଦେଇ ରଥଯାତ୍ରା ଅନୁଷ୍ଠିତ ହୋଇପାରିବ, ଓଡ଼ିଶାର ଜଣେ ଆବେଦନକାରୀ ଏହା ଦରଖାସ୍ତରେ ଉଲ୍ଲେଖ କରିଥିବା ଆମେ ଦେଖିଲୁ । ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଅଧ୍ୟକ୍ଷ ଥିବା ପୁରୀ ଗଜପତି ମହାରାଜା ଏହି ପ୍ରସ୍ତାବ ଦେଇଥିବା କଥା ସେ ଉଲ୍ଲେଖ କରିଛନ୍ତି । ଯଦିି ସାଧାରଣ ଜନତା ଏହି ଉତ୍ସବରେ ଉପସ୍ଥିତ ରହିବେନି ତେବେ ଗୋଟିଏ ମନ୍ଦିରରୁ ଆଉ ଏକ ମନ୍ଦିରକୁ ରଥ ଯାତ୍ରା କାହିଁକି ଅନୁଷ୍ଠିତ ହୋଇପାରିବ ନାହିଁ । ଏହା ଉଚ୍ଚତମ ନ୍ୟାୟାଳୟ ତାଙ୍କର ଶୁଣାଣିରେ ଉଲ୍ଲେଖ କରିଛନ୍ତି ।

ରଥଯାତ୍ରା ହେବା ଲାଗି ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତିଙ୍କ ସର୍ତ୍ତାବଳୀ:

୧- ରଥଯାତ୍ରା ଉତ୍ସବ ସମୟରେ ପୁରୀ ଯାତାୟାତ କରୁଥିବା ସମସ୍ତ ପ୍ରବେଶପଥ ଯେପରିକି ବିମାନ ବନ୍ଦର, ରେଲେୱେ ଷ୍ଟେସନ ଏବଂ ବସଷ୍ଟାଣ୍ଡ ଗୁଡ଼ିକ ବନ୍ଦ ରହିବ ।

୨- ରଥଟଣା ସମୟରେ ରାଜ୍ୟ ସରକାର ପୁରୀ ସହରରେ ସାରା ଦିନ କର୍ଫ୍ୟୁ ବଳବତ୍ତର ରଖିବା ଆବଶ୍ୟକ । ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର ଅନ୍ୟ ଦିନ ଗୁଡ଼ିକରେ ମଧ୍ୟ ପୁରୀ ସହରରେ କର୍ଫ୍ୟୁ ଘୋଷଣା କରିପାରିବେ । ରଥଟଣା ସମୟରେ କୌଣସି ବ୍ୟକ୍ତି ନିଜ ଘରୁ ବାହାରି ପାରିବେ ନାହିଁ । ଏପରିକି ହୋଟେଲ କିମ୍ବା ଲଜରେ ରହିଥିବା ବ୍ୟକ୍ତି ମଧ୍ୟ ବାହାରକୁ ବାହାରି ପାରିବେ ନାହିଁ । ଆଜି ରାତି ୮ଟା ସମୟରୁ ସହରରେ କର୍ଫ୍ୟୁ ଘୋଷଣା କରିବା ଜରୁରୀ ।

୩- ଗୋଟିଏ ରଥକୁ ୫୦୦ ଲୋକଙ୍କଠାରୁ ଅଧିକ ଲୋକ ଟାଣି ପାରିବେ ନାହିଁ । ଏହି ସମସ୍ତ ୫୦୦ ବ୍ୟକ୍ତି କରୋନା ଭୂତାଣୁ ଟେଷ୍ଟ କରାଯିବା ଆବଶ୍ୟକ । ସେମାନଙ୍କଠାରେ କରୋନା ନେଗେଟିଭ୍ ଆସିବା ପରେ ହିଁ ସେ ରଥ ଟାଣିବାକୁ ଉପଯୁକ୍ତ ସାବ୍ୟସ୍ତ ହେବେ । ଏହି ୫୦୦ ଲୋକଙ୍କ ମଧ୍ୟରେ ପୋଲିସ ବଳ ଏବଂ କାର୍ଯ୍ୟକର୍ତ୍ତା ରହିବେ ।

୪- ଦୁଇଟି ରଥ ଟଣା ଯିବାରେ ଏକ ଘଣ୍ଟା ଅନ୍ତରରେ ହିଁ ରଥ ଟଣାଯିବ ।

୫- ରଥଟଣା ସମୟରେ ନିୟୋଜିତ ହୋଇଥିବା ସମସ୍ତ ବ୍ୟକ୍ତିମାନେ ସାମାଜିକ ଦୂରତା ରକ୍ଷା କରିବା ଜରୁରୀ ।

୬- ରଥଯାତ୍ରା ସହିତ ଆହୁରି ଅନେକ ପାରମ୍ପରିକ ରୀତିନୀତି ରହିଥିବା ନେଇ ଆମେ ଅବଗତ ଅଛୁଁ । ସେହି ବ୍ୟକ୍ତି ଯିଏକି କରୋନା ନେଗେଟିଭ୍ ଚିହ୍ନଟ ହୋଇଥିବେ ସେ ଏହି ପାରମ୍ପରିକ ନୀତି ସମ୍ପନ୍ନ କରିବେ ।

୭- ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନର ଭାରପ୍ରାପ୍ତ ମୁଖ୍ୟଙ୍କ ଗୋଚରରେ ସମସ୍ତ ସର୍ତାବଳୀ ପାଳନ କରିବାର ଦାୟିତ୍ୱ ବହନ କରିବେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଜନ ସ୍ୱାସ୍ଥ୍ୟ ନେଇ ରହିଥିବା ସମସ୍ତ ନିର୍ଦ୍ଦେଶାବଳୀ ତଥା ଅଦାଲତର ସମସ୍ତ ସର୍ତ୍ତାବଳୀକୁ କମିଟିର ସମସ୍ତ ସଦସ୍ୟମାନେ ଦାୟିତ୍ୱର ସହିତ ପାଳନ କରିବା ବାଂଛନୀୟ । ଏପରିକି ରଥଯାତ୍ରା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ଅଧିକାରୀମାନେ ଏହି ରଥଯାତ୍ରା ଲାଗି ଦାୟିତ୍ୱନ୍ୟସ୍ତ ହୋଇଥିିବେ ସେମାନେ ମଧ୍ୟ ସର୍ତ୍ତାବଳୀ ପାଳନ କରିବେ ।

୮- ଭିଜୁଆଲ୍ ମିଡ଼ିଆ ଦ୍ୱାରା ଏହି ରଥଯାତ୍ରା ଶୁଳ୍କ ରହିତ ହୋଇ ପ୍ରସାରିତ ହୋଇପାରିବ । ଆବଶ୍ୟକୀୟ ଟିଭି କ୍ୟାମେରାମ୍ୟାନ ଏବଂ ଟିଭି କ୍ୟାମେରାଗୁଡ଼ିକୁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିବେ ।

୯- ଯେତେ କମ୍ ସଂଖ୍ୟକ ବ୍ୟକ୍ତିଙ୍କୁ କମିଟି ଏହି ରଥଯାତ୍ରାରେ ଅଂଶଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିବାକୁ ଚେଷ୍ଟା କରିବେ । କରୋନା ମହାମାରୀ ସହ ଲଢିବାରେ ରାଜ୍ୟ ସରକାରଙ୍କ ଭଲ ରେକର୍ଡ ରହିଛି । ଏପରିକି ଅପେକ୍ଷାକୃତ କମ୍ ସଂଖ୍ୟକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରଥଯାତ୍ରା ସମୟରେ ଉପଯୁକ୍ତ କଟକଣା ଜାହିର କରିବେ ।

୧୦- ଆବଶ୍ୟକ ପଡ଼ିଲେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ ସହଯୋଗ ଲୋଡ଼ିପାରିବେ । ଭାରତର ସୋଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, କେନ୍ଦ୍ର ସରକାର ଏନେଇ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ କରିବେ ।

୧୧- ସମସ୍ତ ଅନୁମତି ପ୍ରାପ୍ତ ବ୍ୟକ୍ତିବିଶେଷ ଯେଉଁମାନେ ଏହି ରଥଯାତ୍ରାରେ ଅଂଶଗ୍ରହଣ କରିବେ ସେମାନଙ୍କର ବିବରଣୀ ସହିତ ସମସ୍ତ ରେକର୍ଡରଖିବେ ରାଜ୍ୟ ସରକାର । ଏପରିକି ସ୍ୱାସ୍ଥ୍ୟ ପରୀକ୍ଷା ପରବର୍ତ୍ତୀ ସମୟରେ ମଧ୍ୟ ସେମାନଙ୍କର ସ୍ୱାସ୍ଥ୍ୟ ସମ୍ପର୍କୀତ ସମସ୍ତ ସୂଚନାର ବିବରଣୀ ରେକର୍ଡରଖିବା ଜରୁରୀ ।

Leave A Reply

Your email address will not be published.