Latest Odisha News

BREAKING NEWS

ଭଙ୍ଗ ହେଲା ନେପାଳ ସଂସଦ; ସୁଶୀଳା କାର୍କି ହେବେ ଅନ୍ତରୀଣ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ନେପାଳର ରାଜନୀତିରେ ବଡ଼ ମୋଡ଼। ଭଙ୍ଗ ହେଲା ନେପାଳ ସଂସଦ। ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ସଂସଦକୁ ଭାଙ୍ଗି ଦେଇଛନ୍ତି ଏବଂ ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କିଙ୍କୁ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବରେ ଘୋଷଣା କରିଛନ୍ତି। ଶୁକ୍ରବାର ରାତି ୯ଟା (ଭାରତୀୟ ସମୟ ୮.୪୫) ରେ ଶୀତଲ ନିବାସରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।

ସୁଶୀଳା କାର୍କି ହେବେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ। ପୂର୍ବତନ ପ୍ରଧାନ ବିଚାରପତି ସୁଶିଳା ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ନେବେ ଶପଥ। ରାତି ୮ଟା ୪୫ ମିନିଟରେ ନେବେ ଶପଥ। ଓଲି ସରକାରର ପତନ ପରେ ସେନା ନିୟନ୍ତ୍ରଣରେ ରହିଛି ଶାସନ। ପ୍ରାରମ୍ଭିକ ମନ୍ତ୍ରିମଣ୍ଡଳ ଛୋଟ ହେବ, ଯେଉଁଥିରେ ତିନି ଜଣ ମନ୍ତ୍ରୀ ରହିବେ। ନାମ ଉପରେ ଚୂଡ଼ାନ୍ତ ଆଲୋଚନା ଏପର୍ଯ୍ୟନ୍ତ ଚାଲିଛି।

ଏହି ନିଷ୍ପତ୍ତି ସହଜ ନଥିଲା। ରାଷ୍ଟ୍ରପତି ପୌଡେଲ ପ୍ରଥମେ ସଂସଦ ଭାଙ୍ଗିବା ବିରୁଦ୍ଧରେ ଥିଲେ, ସେ ଭୟ କରୁଥିଲେ ଯେ ଏହି ପଦକ୍ଷେପ ସମ୍ବିଧାନକୁ କ୍ଷତି ପହଞ୍ଚାଇବ। କିନ୍ତୁ ଜେନ-ଜେଡ ପ୍ରତିବାଦକାରୀଙ୍କ ଦିନବ୍ୟାପୀ ବୈଠକ ଏବଂ ଚାପ ସମୀକରଣକୁ ବଦଳାଇ ଦେଇଥିଲା। ଯୁବକମାନେ ସ୍ପଷ୍ଟ ବାର୍ତ୍ତା ଦେଇଥିଲେ ଯେ ସଂସଦ ଭାଙ୍ଗିବା ଏବଂ ନୂତନ ଭାବରେ ଆରମ୍ଭ କରିବା ହେଉଛି ଏକମାତ୍ର ଉପାୟ।

 

Comments are closed.