ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ସବୁବେଳେ ନିଜକୁ ଫିଟ୍ ରଖିବା ସହ ସେ ସୋସିଆଲ୍ ମିଡିଆରେ ବେଶ୍ ଆକ୍ଟିଭ । ହେଲେ କିଛି ଦିନ ତଳେ ସେ ହୃଦଘାତର ଶିକାର ହୋଇଥିଲେ । ଏ ନେଇ ଗୁରୁବାର ସେ ସୋସିଆଲ ମିଡିଆରେ ଏକ ଭାବପୂର୍ଣ୍ଣ ମେସେଜ ଦେଇ ଏ ସମ୍ପର୍କରେ ଜଣାଇଥିଲେ ।
ହୃଦଘାତ ପରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ଏବଂ ଏହା ପରେ ସେ ଧୀରେ ଧୀରେ ସୁସ୍ଥ ହେଉଥିବା ଇନଷ୍ଟା ପୋଷ୍ଟ ମାଧ୍ୟମରେ ଜଣାଇଥିଲେ। ଏବେ ନିଜ ହୃଦଘାତ ସମ୍ପର୍କରେ ଆଉ ଏକ ବଡ଼ କଥା ପ୍ରକାଶ କରିଛନ୍ତି ସୁସ୍ମିତା।
ସେ କହିଛନ୍ତି, ଏକ ବଡ଼ ହୃଦଘାତ ହେବା ପରେ ମଧ୍ୟ ମୁଁ ବଞ୍ଚିଛି। ମୋର ମୁଖ୍ୟ ଧମନୀରେ ୯୫% ବ୍ଲକେଜ ହୋଇଥିଲା। ଏହା ମୋ ହୃଦୟରେ ଭୟ ସୃଷ୍ଟି କରିନାହିଁ। ଏଭଳି ଲେଖିବା ସହ ତାଙ୍କ ପାଇଁ ପ୍ରାର୍ଥନା କରିଥିବାରୁ ନିଜ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୁସ୍ମିତା। ପୂର୍ବରୁ ସୁସ୍ମିତା ସେନ୍ ତାଙ୍କ ବାପାଙ୍କ ସହ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ହୃଦଘାତ ବିଷୟରେ ସୂଚନା ଦେଇଥିଲେ ।
Comments are closed.