Latest Odisha News

BREAKING NEWS

ଫିଲ୍ମରେ ପଶୁପକ୍ଷୀ ବ୍ୟବହାର ପାଇଁ ଅନ୍‌ଲାଇନରେ ମିଳିବ ଅନୁମତି

ମୁମ୍ବାଇ: ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକଙ୍କ ପାଇଁ ଖୁସି ଖବର । ଏଣିକି ଫିଲ୍ମରେ ପଶୁପକ୍ଷୀ ବ୍ୟବହାର କରିବା ପାଇଁ ଆଉ ବାରମ୍ବାର ପଶୁ କଲ୍ୟାଣ ବୋର୍ଡ ଅଫ ଇଣ୍ଡିଆ(ଏଡ଼ବ୍ଲ୍ୟୁବିଆଇ) କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ । କାରଣ ଏବେ ଫିଲ୍ମ ସୁଟିଂରେ ପଶୁପକ୍ଷୀମାନଙ୍କୁ ବ୍ୟବହାର ଅନୁମତି ଅନ୍‌ଲାଇନରେ ମିଳି ପାରିବ । ଏହାର ସମସ୍ତ ସୂଚନା ଏବେ ଏଡ଼ବ୍ଲ୍ୟୁବିଆଇର ଅଫିସିଆଲ୍ ୱେବସାଇଟରେ ମିଳିପାରିବ ବୋଲି କୁହାଯାଇଛି ।

ପୂର୍ବରୁ ବିଭିନ୍ନ ଫିଲ୍ମରେ ପଶୁପକ୍ଷୀଙ୍କ ବ୍ୟବହାର ଅନୁମତି ପାଇଁ ନିର୍ମାତା ଓ ନିର୍ଦ୍ଦେଶକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଅନେକ ସମୟରେ ଆନିମଲ ଲଭରର୍ସ ଭଳି ସଂସ୍ଥା ଏ ପ୍ରସଙ୍ଗରେ ସ୍ୱର ଉଠାଇବା ସହ ଏହା ବନ୍ଦ କରାଯିବାକୁ ଦାବି କରିଥିଲେ । ଆଶ୍ଚର୍ଯ୍ୟର କଥା ହେଲା, ଏ ବାବଦରେ ଅନୁମତି ପାଇଁ ସାରା ଭାରତରେ କେବଳ ପଞ୍ଜାବର ଗୁରୁଗାଓଁରେ ହିଁ ଗୋଟିଏ କାର୍ଯ୍ୟାଳୟ ରହିଛି, ଯେଉଁ କାରଣରୁ ପ୍ରଯୋଜକ ଓ ନିର୍ଦ୍ଦେଶକମାନେ ବାରମ୍ବାର ସେଠାକୁ ଦୌଡ଼ିଥାନ୍ତି । ତେବେ ଏହା ବର୍ତ୍ତମାନ ସହଜ ହୋଇଛି । ନିର୍ମାତାମାନେ ଏବେଏଡ଼ବ୍ଲ୍ୟୁବିଆଇର ୱେବସାଇଟରେ ସହଜରେ ଆବେଦନ କରିପାରିବେ । ଏଥିସହିତ ପଶୁମାନଙ୍କ ପାଇଁ ଦେୟ ୫୦୦୦ ଟଙ୍କାକୁ ହ୍ରାସ କରାଯାଇଛି । ଏହି ସମସ୍ୟା ନେଇ ପ୍ରଡ୍ୟୁସର୍ସ ଆସୋସିଏସନ୍ ଏବଂ ନିର୍ଦ୍ଦେଶକ ସଂସ୍ଥା, ଭାରତୀୟ ଚଳଚ୍ଚିତ୍ର ଏବଂ ଟେଲିଭିଜନ ନିର୍ଦ୍ଦେଶକ ସଂଘର ସଦସ୍ୟମାନେ ପୂର୍ବରୁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଶେଷରେ ଦୀର୍ଘଦିନର ଦାବି ପୂରଣ ହୋଇଛି ।

Leave A Reply

Your email address will not be published.