Latest Odisha News

BREAKING NEWS

କୋଭିଡ୍‌ ରୋଗୀଙ୍କୁ ଅକ୍ସିଜେନ୍‌ ଯୋଗାଇବେ ଅଭିନେତ୍ରୀ ସୁସ୍ମିତା ସେନ୍‌

ନୂଆଦିଲ୍ଲୀ: ଟ୍ୱିଟରରେ ଏକ ଭିଡିଓ ମାଧ୍ୟମରେ ଦିଲ୍ଲୀର ଅମ୍ଳଜାନ ସଙ୍କଟ ବିଷୟରେ ଜାଣିବା ପରେ ବଲିଉଡ ଅଭିନେତା ସୁସ୍ମିତା ସେନ ଅକ୍ସିଜେନ ପଠାଇବାର ବ୍ୟବସ୍ଥା କରିଛନ୍ତି। ତେବେ କିଭଳି ହସ୍ପିଟାଲ୍‌କୁ ଅକ୍ସିଜେନ ପଠାଇ ହେବ ସେ ନେଇ ସୁସ୍ମିତା ତାଙ୍କ ଅନୁଗାମୀମାନଙ୍କୁଠାରୁ ପରାମର୍ଶ ମଧ୍ୟ ଲୋଡିଥିଲେ।

ସୁସ୍ମତା ଏହାପୂର୍ବରୁ ମୁମ୍ବାଇରେ ଡାକ୍ତରଖାନାର ବ୍ୟବହାର ପାଇଁ କିଛି ସିଲିଣ୍ଡର ଆୟୋଜନ କରିସାରିଥିଲେ ମଧ୍ୟ ସେଗୁଡିକୁ ଦିଲ୍ଲୀ ପରିବହନ ପାଇଁ ଉପଯୁକ୍ତ ପନ୍ଥା ପାଇପାରିନଥିଲେ।

ସେ ଟ୍ୱିଟରରେ ସେୟାର କରିଛନ୍ତି, “ସବୁଠାରେ ଅମ୍ଳଜାନ ସଙ୍କଟ ଦେଖାଦେଇଛି। ମୁଁ ଏହି ହସ୍ପିଟାଲ ପାଇଁ ଅଳ୍ପ ଅମ୍ଳଜାନ ସିଲିଣ୍ଡର ଆୟୋଜନ କରିବାରେ ସଫଳ ହୋଇଛି କିନ୍ତୁ ଏହାକୁ ମୁମ୍ବାଇରୁ ଦିଲ୍ଲୀକୁ ପରିବହନ କରିବାର କୌଣସି ଉପାୟ ନାହିଁ … ଦୟାକରି ମୋତେ ଏକ ରାସ୍ତା ଖୋଜିବାରେ ସାହାଯ୍ୟ କରନ୍ତୁ।

ଯେତେବେଳେ ତାଙ୍କର ଜଣେ ଅନୁଗାମୀ ପରାମର୍ଶ ଦେଇଥିଲେ ଯେ ସେ ଏକ କୋରିୟର୍‌ ସେବାର ସହଯୋଗ ନେଇପାରନ୍ତି। ଏଥିପାଇଁ ସେ ତାଙ୍କ ଅନୁୁଗାମୀଙ୍କୁ ସାହାଯ୍ୟ କରିଥିବାରୁ ଆପଣଙ୍କୁ ଧନ୍ୟବାଦ ମଧ୍ୟ ଜଣାିଥିଲେ!”

Comments are closed.