Latest Odisha News

BREAKING NEWS

କୁଡୁମରେ ଆନ୍ଥ୍ରାକ୍ସ ଭୟ !

କୋରାପୁଟ : ବ୍ୟାପୁଛି ଆନ୍ଥ୍ରାକ୍ସ ରୋଗ । କୋରାପୁଟ ଜିଲ୍ଲା ଲାମତାପୁଟ ବ୍ଲକ ଅନ୍ତର୍ଗତ କୁଡୁମ ଗାଁ ରେ ଆନ୍ଥ୍ରାକ୍ସ ରୋଗ ବ୍ୟାପିବାରେ ଲାଗିଛି। ଗତକାଲି ଗାଁ ରେ ଜଣେବ୍ୟକ୍ତି ଆନ୍ଥ୍ରାକ୍ସ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ବେଳେ ଗାଁ ରେ ଦୁଇ ଜଣ ମଧ୍ୟ ଆନ୍ଥ୍ରାକ୍ସ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଆଶଙ୍କା କରାଯାଉଛି ।

ଗତ ୨୦୧୨ ମସିହାରେ ମଧ୍ୟ ଡୁକୁମ ଗ୍ରାମରେ ପାନ୍ଥାକ ରୋଗରେ ୩ ଜଣ ମୃତ୍ୟୁବରଣ କରିଥିଲେ। ଗତ ୧୫ ଦିନ ତଳେ ପ୍ରାୟ ୩୦ ଜଣ ବ୍ୟକ୍ତି ଗୋ ମାଂସ ଭୋଜନ କରିଥିଲେ। ଏବଂ ହଠାତ୍ ତାଙ୍କ ହାତ ପାପୁଲିରେ ଘା ହୋଇଥିବା ବେଳେ ଯନ୍ତ୍ରଣା ହେବା ସହ ଜ୍ଜର ହୋଇଥିବା ରୋଗୀ ପ୍ରକାଶ କରିଛନ୍ତି।

ଅନ୍ୟପଟେ ଡୁକୁମ ଗ୍ରାମରେ ଆନ୍ଥ୍ରାକ୍ସ ରୋଗ ବ୍ୟାପିବା ନେଇ ସ୍ୱାସ୍ଥ୍ୟ ବିଭାଗ ଖବର ପାଇବା ପରେ ଗାଁ ରେ ପହଞ୍ଚିଛନ୍ତି ।ଆନ୍ଥ୍ରାକ୍ସ ରୋଗୀ ମାନଙ୍କ ପ୍ରାଥମିକ ଚିକିତ୍ସା କରିଥିବା ଜଣାପଡିଛି। ପରୀକ୍ଷା ପରେ ଜଣାପଡ଼ିବ ଆନ୍ଥ୍ରାକ୍ସ ବା ଆଉ କଣ ବୋଲି ଡଃକ୍ତରୀ ଦଳ କହିଛନ୍ତି ।

Comments are closed.