Latest Odisha News

BREAKING NEWS

ଫେସବୁକ୍‌ ପ୍ରେମ; ତ୍ରିପୁରାରୁ ଯାଜପୁର ଏବେ ଥାନାରେ…..

ଯାଜପୁର : ଫେସବୁକରୁ ଆରମ୍ଭ ହୋଇଥିଲା ପ୍ରେମ । ବର୍ତ୍ତମାନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳା । ରୋଡ଼ ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ନିଜକୁ ଇଞ୍ଜିନିୟର ପରିଚୟ ଦେଇ ଡାକ୍ତରୀ ଛାତ୍ରୀଙ୍କୁ ପ୍ରେମ ଜାଲରେ ଫସାଇଥିବା ଅଭିଯୋଗ ହୋଇଛି।

ତ୍ରିପୁରା ରାଜ୍ୟ ପଶ୍ଚିମ ଅଗରତାଲା ଅଞ୍ଚଳର ଜଣେ ହିନ୍ଦୁ ସମ୍ପ୍ରଦାୟର ଯୁବତୀ  ଅହମ୍ମଦନଗରର ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକଙ୍କ ପ୍ରେମ ଜାଲରେ ପଡ଼ିଥିଲେ । ଯୁବତୀ ଜଣକ ତ୍ରିପୁରାରୁ ଲୁଚି ଅହମ୍ମଦନଗର ପଳାଇ ଆସିଥିଲେ । ସେହି ଯୁବକଙ୍କ ଘରେ ମଧ୍ୟ ରହିଥିଲେ । ସେଠାରେ ଉଭୟଙ୍କର କୋର୍ଟରେ ବିବାହ ହୋଇଥିବା ଜଣାପଡ଼ିଛି । ବର୍ତ୍ତମାନ ଏହି ପ୍ରେମ ଏବେ ଭିନ୍ନ ମୋଡ଼ ନେଇଛି  ।

ସୂଚନା ମୁତାବକ, ଯୁବକ ଜଣକ ଜଣେ ସାଧାରଣ ମେକାନିକ ଭାବରେ କାର୍ଯ୍ୟ କରନ୍ତି ।  ସେ ନିଜକୁ ହିନ୍ଦୁ ସମ୍ପ୍ରଦାୟର ଓ ଜଣେ ଇଞ୍ଜିନିୟର ଭାବେ ମିଥ୍ୟା ପରିଚୟ ଦେଇ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ l ହେଲେ ଏହି କଥା ଯୁବତୀ ଜଣକ ଜାଣିବା ପରେ ଏବେ ଘରକୁ ଯିବାକୁ ଚାହିଁଛନ୍ତି । ଆଉ ତାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ କରି ସମସ୍ତ କଥା ଜଣାଇଛନ୍ତି। ଯୁବତୀଙ୍କ ପରିବାର ଲୋକେ ଘଟଣା ସମ୍ପର୍କରେ ତ୍ରିପୁରା ପୋଲିସକୁ ଜଣାଇଥିଲେ । ତ୍ରିପୁରା ପୋଲିସ ଯାଜପୁର ପୋଲିସକୁ ଜଣାଇଥିଲା  । ବର୍ତ୍ତମାନ ଯୁବତୀଙ୍କ ପରିବାର ଲୋକେ ତ୍ରିପୁରାରୁ ଆସି ଯାଜପୁର ରୋଡ଼ ଥାନାରେ ପହଞ୍ଚିଥିଲେ। ପରେ ଯାଜପୁର ପୋଲିସ ଯୁବତୀଙ୍କୁ ଉଦ୍ଧାର କରି କୋର୍ଟକୁ ନେଇଥିଲେ। ସେଠାରେ ଯୁବତି ଜଣକ ନିଜ ଇଚ୍ଛାରେ ପିତାମାତାଙ୍କ ପାଖକୁ ଫେରିବାକୁ ଚାହୁଁଥିବା ଜଣାଇଥିଲେ ।

ଅନ୍ୟପକ୍ଷରେ ସମ୍ପୃକ୍ତ ଯୁବକ ଫେରାର ରହିଥିବା ବେଳେ ପୋଲିସ ଖୋଜାଖୋଜି ଜାରି ରଖିଛି । ସେପଟେ ରାଜ୍ଯ ସମ୍ପାଦକ ସତ୍ୟଜିତ୍‌ ସତପଥି କହିଛନ୍ତି ଏହା ଏକ ଷଡ଼ଯନ୍ତ୍ର । ଯୋଜନାବଦ୍ଧ ଭାବେ କରାଯାଇଛି ।

Leave A Reply

Your email address will not be published.