ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ସଞ୍ଜପଡା ଗାଁରେ ଗ୍ରାମବାସୀ ମାନେ ସାଧା ପୋଷାକଧାରୀ ପୋଲିସ ମାଡ଼ ମାରିଛନ୍ତି।
ଚୋର ଧରିବାକୁ ପୁଲିସ ସାଧା ପୋଷାକରେ ଗାଁକୁ ଯାଇଥିବା ବେଳେ ପିଲା ଚୋର ସନ୍ଦେହରେ ଗ୍ରାମବାସୀ ପୋଲିସକୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରିଥିଲେ। ଏହା ପରେ ଗାଁରେ ବ୍ୟାପକ ପୋଲିସ ମୁତୟନ ହୋଇଥିବା ଯୋଗୁଁ ଗିରଫ ଭୟରେ ଗାଁ ଏକପ୍ରକାର ପୁରୁଷଶୂନ୍ୟ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଆଜି କିଚ୍ଚ୍ହି ପୋଲିସ କର୍ମଚାରୀ ଜଣେ ଚୋରକୁ ଧରିବାକୁ ସାଧା ପୋଷାକଧାରୀ ପୋଲିସ ବାବୁ ଗାଡି ପ୍ରତିବଦଳରେ ଅନ୍ୟ ଏକ ଗାଡିରେ ସଞ୍ଜପଡା ଗାଁକୁ ଯାଇଥିଲେ । ତେବେ ଗାଁରେ ବୁଲାବୁଲି କରୁଥିବା ବେଳେ ପିଲାଚୋର ସନ୍ଦେହ କରି ଗାଁ ଲୋକ ଏକାଠି ହେବା ସହ ମିଳିତ ଆକ୍ରମଣ କରିଥିଲେ । ଗାଁ ଲୋକଙ୍କ ଆକ୍ରମଣ ବେଳେ ସେମାନେ ପୋଲିସ ପରିଚୟ ଦେବା ପରେ ମଧ୍ୟ ଗାଁ ଲୋକ ଶୁଣି ନଥିଲେ।
ଖବର ପାଇ ବଅଁରପାଳ ପୋଲିସ ସେଠାରେ ପହଞ୍ଚି ଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ମଧ୍ୟ ମାଡ ମାରିବା ସହ ପୋଲିସର ଏକ ଗାଡି ଏବଂ ଏକ କାରକୁ ଭଙ୍ଗାରୁଜା କରିଥିଲେ।
ପରେ ପୋଲିସ ପ୍ଲାଟୁନ ଘଟଣା ସ୍ଥଳରେ ପହଞ୍ଚିବା ପରେ ଗାଁ ଲୋକ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି । ଗିରଫଦାରୀ ଭୟରେ ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ପରିସ୍ଥିତିକୁ ଦେଖି ଗାଁରେ ୪ ପ୍ଲାଟୁନ ଫୋର୍ସ ମୃତୟନ କରା ଯାଇଛି । ଗ୍ରାମବାସୀଙ୍କ ଆକ୍ରମଣରେ ୨ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ମଧ୍ୟ ସୂଚନା ମିଳିଛି ।
Comments are closed.