Latest Odisha News

BREAKING NEWS

ନିଲମ୍ବିତ ଆଇଆଇସିଙ୍କର ଲାଏ ଡିଟେକସନ ଟେଷ୍ଟ ପାଇଁ ମିଳିବ କି ଅନୁମତି ?

ଭୁବନେଶ୍ୱର: ଆଜି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ଲାଏ ଡିଟେକସନ ଟେଷ୍ଟର ଶୁଣାଣି ହେବ। ଭୁବନେଶ୍ବର JMFC କୋର୍ଟରେ ହେବ ଏହାର ଶୁଣାଣି। ଏଥିଲାଗି ଆଜି କୋର୍ଟରେ ହଜାର ହେବେ ଦୀନକୃଷ୍ଣଙ୍କ ମିଶ୍ର। ଦୀନକୃଷ୍ଣଙ୍କ ସହମତି ଉପରେ ନିର୍ଭର କରୁଛି ଏହି ଟେଷ୍ଟ। ଦୀନକୃଷ୍ଣ ସହମତି ଦେଲେ ହିଁ ହେବ ଟେଷ୍ଟ କରାଯିବ।

ମିଛଧରା ପରୀକ୍ଷା ପାଇଁ କ୍ରାଇମ୍‌ବ୍ରାଞ୍ଚ ଆଜି କୋର୍ଟରେ ଆବେଦନ କରିବ ବୋଲି ଜଣାପଡ଼ିଛି। ପୀଡ଼ିତାଙ୍କ ପରିବାର କ୍ରାଇମବ୍ରାଞ୍ଚ ଏଭଳି ନିଷ୍ପତ୍ତିକୁ ସ୍ବାଗତ କରିଥିବାରୁ ତଦନ୍ତର ଏହି ଦିଗଟି ନିଶ୍ଚିତ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି। ୧୫ ତାରିଖ ଦିନ ସକାଳେ ଭରତପୁର ଥାନା ପୁଲିସ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ପୀଡ଼ିତାଙ୍କ ମେଡିକାଲ୍ ପରୀକ୍ଷା କରାଇବା ପରେ କୋର୍ଟ ଚାଲାଣ କରିଥିଲା। କୋର୍ଟରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଥିଲା।

୧୭ ତାରିଖ ପର୍ଯ୍ୟନ୍ତ ସେ ଝାରପଡ଼ା ଜେଲ୍ରେ ଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ସେଠାରେ ୨ ଦିନ ରହି ସେ ଚିକିତ୍ସିତ ହୋଇଥିଲେ। ମାମଲାରୁ ଗୁରୁତ୍ବ ଉପଲବ୍ଧି କରି ରାଜ୍ୟ ସରକାର ମଧ୍ୟ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତ କରାଇବା ସହ ପରେ ନ୍ୟାୟିକ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.