ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଧୁସୂଦନ ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ଫିଲୋସଫି ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ତାପସ ରଞ୍ଜନ ନାୟକ ବୋଲି ଜଣାପଡିଛି ।
ତେବେ ଛାତ୍ରଙ୍କର କେମିତି ମୃତ୍ୟୁ ହେଲା ତାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଥିବାବେଳେ, ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇବା ସହ ତଦନ୍ତ ଆରମ୍ଭ କରିଛି ।
ତେବେ ଶନିବାର ରାତିରେ ଛାତ୍ର ତାପସ ରଞ୍ଜନ ନାୟକ ସୁସ୍ଥ ଥିଲେ, ଏବଂ ସାଙ୍ଗ ମାନଙ୍କ ସହ କଥା ହୋଇଥିଲେ ବୋଲି ତାଙ୍କର ସହପାଠୀମାନେ କହିଛନ୍ତି ।
Comments are closed.