ଯାଜପୁର : ଦେଶରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଥିଲା ସ୍ୱଚ୍ଛ ଭାରତ ମିଶନ। ସହରକୁ ସ୍ୱଚ୍ଛ ରଖିବା ପାଇଁ ପ୍ରତ୍ୟେକ ଘରକୁ ସରକାର ପାଇଖାନା କରବା ପାଇଁ ଆର୍ଥିକ ସହୟତା ଯୋଗାଇ ଦେଉଛନ୍ତି । ହେଲେ ଯାଜପୁର ସଦର ମହକୁମା ଡାକ୍ତରଖାନାଠାରୁ ଆରମ୍ଭ କରି ବସ୍ ଷ୍ଟାଣ୍ଡ ଅଚଂଳରେ ଶୌଚାଳୟ ନଥିବାରୁ ଲୋକମାନେ ନାହିଁନଥିବା ଅସୁବିଧା ଭୋଗୁଛନ୍ତି।ବିଶେଷ କରି ମହିଳା ମାନେ ବିଭିନ୍ନ ସ୍ଥାନରେ ବହୁ ଅସୁବିଧାରେ ପଡୁଛନ୍ତି।
ଅନ୍ୟପଟେ ଯାଜପୁରରେ ଦିନକୁ ଦିନ ଗଢି ଉଠୁଛି ନୂଆ ନୂଆ ବିଲ୍ଡିଂ ଓ ମାର୍କେଟ କମ୍ଲେକ୍ସ । ହେଲେ ସହରର ପରିମଳ ବ୍ୟବସ୍ଥା ପ୍ରତି ସମ୍ପୁର୍ଣ ଆଖି ବୁଜି ଦେଇଛି ପୌର ପରିଷଦ ଓ ଜିଲ୍ଲା ପ୍ରଶାସନ। ସେପଟେ ଯାଜପୁର ଡାକ୍ତରଖାନା,ବିରଜା କ୍ଷେତ୍ର,ବରାହ କ୍ଷେତ୍ର, ମାର୍କେଟ କମ୍ଲେକ୍ସ,ନର୍ସିଂ ହୋମ୍ କସୁମା ପାର୍କ ଅଞ୍ଚଳରେ ଶୌଚାଳୟଟିଏ ନଥିବା ଲୋକମାନେ ଅଭିଯୋଗ ଆଣିଛନ୍ତି।ସହରର ପରିମଳ ବ୍ୟବସ୍ଥା ସମ୍ପୁର୍ଣ ଭୂଷୁଡି ପଡ଼ିଛି ।
ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସରକାର ଗୁରୁତ୍ୱ ଦେଉଥିବା ବେଳେ । ଯାଜାପୁରରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛିା ସେପଟେ ଏନେଇ ଅତିରିକ୍ତ ଜିଲ୍ଲା ପାଳଙ୍କୁ ଭେଟ୍ଟିବାରୁ ସେ ଖୁବ୍ ଶିଘ୍ର ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
Comments are closed.