Latest Odisha News

BREAKING NEWS

ସୁନ୍ଦରଗଡ଼ରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’

ସୁନ୍ଦରଗଡ଼ : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ସ୍ଵାଧୀନତାର ଅମୃତ-ମହୋତ୍ସବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ହୋଇଥିବା ଦେଶାତ୍ମବୋଧକ କବିତା ପାଠୋତ୍ସବରେ ୨୦ ଜଣ କବି ଭାଗନେଇ ସେମାନଙ୍କ ସ୍ୱରଚିତ କବିତା ଆବୃତ୍ତି କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ରାଜ୍ୟ ପର୍ଯ୍ୟଟନ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ମୁଖ୍ୟ ଅତିଥି ଭାବେ ଏବଂ ଝାରସୁଗୁଡ଼ା ଏଲଏନ କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ପିଣ୍ଟୁ ଦତ୍ତ ଯୋଗ ଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ  କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ଓ ସୁପ୍ରିୟା ପାଳ ଅତିଥି ପ୍ରଦାନ କରିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ “ସ୍ୱାଧୀନତାର ଅମୃତ ମହୋତ୍ସବ ” ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତି ଜିଲ୍ଲାରେ ୫ଟି କରି ମୋଟ ୧୫୦ଟି ଦେଶାତ୍ମବୋଧକ ସାମୂହିକ କବିତା ପାଠୋତ୍ସବ ଧାର୍ଯ୍ୟ କରାଯାଇଛି। ଏଥିରେ ଓଡ଼ିଆ କବିମାନେ ସେମାନଙ୍କର ସ୍ୱରଚିତ ଦେଶାତ୍ମବୋଧ କବିତା ପାଠ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.