ଭୁବନେଶ୍ୱର: ହୋଲିରେ ରାସାୟନିକ ରଙ୍ଗ ଖେଳ ଯୋଗୁଁ ଶରୀର ଉପରେ ପଡୁଥିବା କୁପ୍ରଭାବକୁ ନେଇ ଏବେ ଲୋକେ ସଚେତନ ହେଲେଣି ।
ସେଥିପାଇଁ ଆଜିକାଲି ହର୍ବାଲ ହୋଲି ଖେଳିବାକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି । ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସ୍ୱପ୍ନା ପତି ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ହର୍ବାଲ ହୋଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଓଲିଉଡ଼୍ ସିନେତାରକା ସବ୍ୟସାଚୀ, ବବି ମିଶ୍ର, ଆକାଶ, କୋଏଲ୍, ତମନ୍ନା, ସୂର୍ଯ୍ୟମୟୀ ଓ ଗାୟିକା ନାଭ୍ୟାଙ୍କ ସମେତ ବିଭିନ୍ନ ବର୍ଗର ପ୍ରମୁଖ ବ୍ୟକ୍ତିବିଶେଷ ସାମିଲ ହୋଇ ଦିନେ ଆଗରୁ ରଙ୍ଗର ପର୍ବ ହୋଲିକୁ ମନଭରି ଉପଭୋଗ କରିଥିଲେ ।
ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ଚଳିତ ବର୍ଷର ହର୍ବାଲ୍ ହୋଲି କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗ ପିଲାମାନେ ସାମିଲ ହୋଇ ଏହାକୁ ବେଶ୍ ସ୍ୱତନ୍ତ୍ର କରିଥିଲେ ।
ହଳଦୀ, ବିଟ୍, ଟମାଟୋ, ମୁଲତାନୀ ମାଟି, ପୋଦିନା, ନିମ୍ବ ପତ୍ର ସମେତ ବିଭିନ୍ନ ପ୍ରକାର ପନିପରିବା, ଫଳ, ପତ୍ର ଇତ୍ୟାଦିରୁ ତିଆରି ପ୍ରାକୃତିକ ରଙ୍ଗରେ ହୋଲି ଖେଳାଯାଇଥିଲା । ଗତ ନଅ ବର୍ଷ ହେଲା ସ୍ୱପ୍ନା ପତି ଫାଉସେନ ପକ୍ଷରୁ ପ୍ରତିବର୍ଷ ଏହିଭଳି ହର୍ବାଲ ହୋଲି ଖେଳାଯାଉଛି ।
ମାର୍ଚ୍ଚ ୧୦ ତାରିଖରେ ଫାଉସେନ ପକ୍ଷରୁ ପୁନେ ସହରରେ ହର୍ବାଲ ହୋଲି ଖେଳ କାର୍ଯ୍ୟକ୍ରମ ରହିଥିବା ଜଣାଯାଇଛି ।
Comments are closed.