ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଟଙ୍କା ଜମା ରହିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ସରକାର ସ୍ପଷ୍ଟିକରଣ ଦେଉନାହାନ୍ତି କାହିଁକି । ସବୁ ସରକାରଙ୍କ ଜାଣତରେ ହୋଇଛି ।
୨୦୧୫ରେ ଏଜି ଜଣାଇଥିଲେ ଜଗନ୍ନାଥଙ୍କ ପାଣ୍ଠିରେ ଅନେକ ଅନିୟମିତତା ହୋଇଛି । ତେତେ ସବୁ ଜାଣି ମଧ୍ୟ ସରକାର ୫ ବର୍ଷ ଧରି କାହିଁକି ଚୁପ୍ ବସିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ପରିଚାଳନା କମିଟି ର ଜଣେ ସଦସ୍ୟ ଓ ଦୁଇ ଜଣ ସରକାରୀ କର୍ମଚାରୀ ଏ କାମ କରିଛନ୍ତି। ଯଦି ସମାନ ଅଭିଯୋଗରେ ଉଦ୍ୟାନ କୃଷି ନିର୍ଦେଶକ ଗିରଫ ହେବେ ତେବେ ଏମାନେ କାହିଁକି ହେବେନି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ସତ୍ତ୍ୱେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦିଆଗଲାନି । ନିଜ ସ୍ବାର୍ଥ ପାଇଁ ସମସ୍ତ କାମ ବେଆଇନ ଭାବେ କରିଛନ୍ତି। ସରକାର ମୁଁହ ଖୋଲିବା ଦରକାର । ଇଡି ସିଜ କଲେ ବହୁ ବିସ୍ପୋରକ ତଥ୍ୟ ପଦାକୁ ଆସିବ। ଅର୍ଥ ମନ୍ତ୍ରୀଙ୍କୁ ଚିଠି ନ ଲେଖି ଇଡିଙ୍କୁ ଚିଠି ଲେଖନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି ।
BREAKING NEWS
- ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ ପରେ ବଢ଼ିଲା ସଲମାନଙ୍କ ସୁରକ୍ଷା
- ଇକ୍ୱାଡର ଚର୍ଚ୍ଚରେ ଲାଇଭ୍-ଷ୍ଟ୍ରିମ୍ ପ୍ରାର୍ଥନା ସମୟରେ ବଡ଼ ଦୁର୍ଘଟଣା: କାନ୍ଥରୁ ଖ୍ରୀଷ୍ଟଙ୍କ ପ୍ରତିମା ଖସିପଡ଼ିବାରୁ ପାଦ୍ରୀଙ୍କ ମୃତ୍ୟୁ
- Lashkar-e-Taiba terrorist Muhammad Sarwar:ଲାହୋରରେ ଲସ୍କରର ଶୀର୍ଷ କମାଣ୍ଡରର ମୃତ୍ୟୁ; ଥିଲା ହାଫିଜ ସଇଦର ଘନିଷ୍ଠ ସହଯୋଗୀ
- ୫୪ ବର୍ଷରେ ବରିଷ୍ଠ ସାମ୍ବାଦିକ ବିଭୂତି ପତିଙ୍କ ଦେହାନ୍ତ
- ଗୁଳିମାଡ଼ ଘଟଣା ପରେ ଏକନାଥ ସିନ୍ଧେଙ୍କ ଆଗରେ କଣ କହିଲେ ଟାଇଗର ?
- ବଲିଉଡ ଅଭିନେତା ଟାଇଗର ଶ୍ରଫ୍ଙ୍କୁ ଗୁଳିମାଡ଼ ଘଟଣା: ୧୬ ଘଣ୍ଟା ଭିତରେ ୩ ଅଭିଯୁକ୍ତ ଗିରଫ
- ସୁଜାତା କାର୍ତ୍ତିକେୟନଙ୍କ ଡିପ୍ଫେକ୍ ଭିଡିଓକୁ ନେଇ ରାଜନୀତି ସରଗରମ; କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି
- ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ ଓ ନାତୁଣୀ ମୃତ, ୨ ଜଣ ଗୁରୁତର
- ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର ୨ ଆହତ
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA

Comments are closed.