Latest Odisha News

ଆସନ୍ତକାଲି ତୃତୀୟ ପର୍ଯ୍ୟାୟ ମତଦାନ, ବୁଥ୍ ଅଭିମୁଖେ ପୋଲିଂ ପାର୍ଟିଙ୍କ ଯାତ୍ରା

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟରେ ପଡିବ ତୃତୀୟ ପର୍ଯ୍ୟାୟ ଭୋଟ । ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ହେବ ଭୋଟିଂ । ୬ ଲୋକସଭା ଆସନ ପାଇଁ ୬୪ ପ୍ରାର୍ଥୀ ଲଢ଼ୁଥିବା ବେଳେ ୪୨ ବିଧାନସଭା ଆସନ ପାଇଁ ମୈଦାନରେ ଅଛନ୍ତି ୩୮୩ ପ୍ରାର୍ଥୀ । ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ବୁଥ୍ ଅଭିମୁଖେ ଯାତ୍ରା କରିଛନ୍ତି ପୋଲିଂ ପାର୍ଟିମାନେ ।

ଭୁବନେଶ୍ୱର (ମଧ୍ୟ)ରେ ୨୦୦ଟି ମତଦାନ କେନ୍ଦ୍ର ଥିବାବେଳେ ଭୋଟ ଦେବେ ୨,୧୯,୧୭୧ ଜଣ ଭୋଟର । ସେହିପରି ଭୁବନେଶ୍ୱର (ଉତ୍ତର)ରେ ୨୫୪ଟି ମତଦାନ କେନ୍ଦ୍ର ଥିବା ବେଳେ ଭୋଟ ଦେବେ ୨,୮୫,୭୪୦ ଜଣ ଭୋଟର ଓ ଏକାମ୍ରରେ ୨୩୭ଟି ବୁଥ୍‌ ରହିଥିବା ବେଳେ ୨,୬୯,୧୯୪ ଜଣ ମତଦାତା ରହିଛନ୍ତି । ଭୁବନେଶ୍ୱର (ମଧ୍ୟ)ରେ ସମସ୍ତ ବୁଥ୍‌ ସଖି ବୁଥ୍‌ ଥିବାବେଳେ ଭୁବନେଶ୍ୱର (ଉତ୍ତର)ରେ ୬୦ ଏବଂ ଏକାମ୍ରରେ ୭୧ଟି ମହିଳା ପରିଚାଳିତ ସଖି ବୁଥ୍‌ ରହିଛି ।

ଏଗୁଡ଼ିକ ମଧ୍ୟରେ ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀରେ ୩୨ଟି ଅତି ସମ୍ବେଦନଶୀଳ, ୪ଟି ସମ୍ବେଦନଶୀଳ, ଭୁବନେଶ୍ୱର (ଉତ୍ତର)ରେ ୨୭ଟି ଅତି ସମ୍ବେଦନଶୀଳ, ୪ଟି ସମ୍ବେଦନଶୀଳ ଏବଂ ଏକାମ୍ରରେ ୨୯ଟି ଅତି ସମ୍ବେଦନଶୀଳ ଓ ୩ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ଉକ୍ତ ବୁଥ୍‌ ମଧ୍ୟରେ ଭୁବନେଶ୍ୱର (ମଧ୍ୟ)ରେ ୧୧୯ଟି, ଭୁବନେଶ୍ୱର (ଉତ୍ତର)ରେ ୧୪୯ଟି ଏବଂ ଏକାମ୍ରରେ ୧୩୭ଟି ବୁଥ୍‌ରେ ୱେବ୍‌କାଷ୍ଟିଂ କରାଯିବ । ଅନ୍ୟପଟେ ଜୟଦେବର ୭୨ଟି ବୁଥ୍‌ ଏବଂ ଜଟଣୀର ୭୬ଟି ବୁଥ୍‌ର ପୋଲିଂ ପାର୍ଟିମାନେ ସେମାନଙ୍କର ବୁଥ୍‌ ଅଭିମୁଖେ ଯାତ୍ରା କରିଛନ୍ତି ।

ଆସନ୍ତାକାଲି ସକାଳ ୭ ଘଟିକାରୁ ଅପରାହ୍ନ ୬ ଘଟିକା ପର୍ଯ୍ୟନ୍ତ ଜିଲ୍ଲାରେ ମତଦାନ ହେବ । ଏହା ପରେ ଭୁବନେଶ୍ୱର ଲୋକସଭା କ୍ଷେତ୍ର ଅନ୍ତର୍ଗତ ଉକ୍ତ ୫ଟି ବିଧାନସଭା କ୍ଷେତ୍ରର ଇଭିଏମ୍‌ଗୁଡ଼ିକୁ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟସ୍ଥିତ ଷ୍ଟ୍ରଙ୍ଗ୍‌ରୁମ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ସୁରକ୍ଷିତ ଭାବେ ରଖାଯାଇ ଆସନ୍ତା ୪ ତାରିଖରେ ମତଗଣନା ହେବ । ଏହି ନିର୍ବାଚନ ପରିଚାଳନା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ବନ୍ଦୋବସ୍ତ କରାଯାଇଛି ।

Leave A Reply

Your email address will not be published.