Latest Odisha News

BREAKING NEWS

ପାକିସ୍ତାନରେ ଦୂତାବାସ ବନ୍ଦ କଲା ସ୍ୱିଡେନ

ଇସଲାମବାଦ: ୟୁରୋପୀୟ ଦେଶ ସ୍ୱିଡେନ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ପାକିସ୍ତାନରେ ଥିବା ଦୂତାବାସକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ସ୍ୱିଡେନ ବନ୍ଦ କରି ଦେଇଛି । ପାକିସ୍ତାନରେ ଏବେ ବିଭିନ୍ନ ପ୍ରକାରର ସଙ୍କଟ ଲାଗି ରହିଛି । ଏହାକୁ ଦେଖି ସୁରକ୍ଷା ଦୃଷ୍ଟିକୋଣରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଉଛି । ତେବେ କଣ ପାଇଁ ହଠାତ ଦୂତାବାସକୁ ବନ୍ଦ କରାଗଲା ସେ ନେଇ ସ୍ୱିଡେନ ପକ୍ଷରୁ ସଠିକ ଭାବେ କିଛି କୁହାଯାଇ ନାହିଁ । ଏବେ ପାକିସ୍ତାନରେ ସରକାର ଓ ସୁପ୍ରିମକୋର୍ଟ ମଧ୍ୟରେ ଦିନକୁ ଦିନ ଉତେଜନା ବୃଦ୍ଧି ପାଇବାରେ ଲାଗିଛି ।

ମୁଖ୍ୟ ବିଚାରପତିଙ୍କ କ୍ଷମତା ହ୍ରାସ ଏବଂ ପକ୍ଷପାତିତା ନେଇ ଏହି ବିବାଦ ସୃଷ୍ଟି ହୋଇଛି । ଇମ୍ରାନ ଖାଁ ସରକାରର ପତନ ହେବା ସହ ଏବେ ଦୀର୍ଘ ଦିନ ଧରି ପାକିସ୍ତାନରେ ଅଶାନ୍ତି ଲାଗି ରହିଛି । ଅନ୍ୟ ପଟେ ତାଲିବାନଙ୍କ ସହ ବିବାଦ ଯୋଗୁ ପ୍ରତ୍ୟେକ ଦିନ କିଛି ନା କିଛି ଆତଙ୍କବାଦୀ ଆକ୍ରମଣ ହେଉଛି ।

Leave A Reply

Your email address will not be published.