Latest Odisha News

BREAKING NEWS

ରାହୁଲ ଗାନ୍ଧୀଙ୍କ ମାନହାନୀ ମାମଲା: ଏପ୍ରିଲ ୨୦ରେ ଆସିବ ରାୟ

ନୂଆଦିଲ୍ଲୀ: ମାନହାନୀ ମାମଲାରେ ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ହୋଇଥିବା ଆବେଦନର ଆଜି(ଏପ୍ରିଲ୍ ୧୩) ଶୁଣାଣି ହୋଇଛି। ସୁରତ ସେସନ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଏପ୍ରିଲ ୨୦ ତାରିଖରେ କୋର୍ଟ ନିଜ ରାୟ ଶୁଣାଇବେ।

BjdElectrycity

ଆଜି ଶୁଣାଣି ବେଳେ ରାହୁଲଙ୍କ ପକ୍ଷରୁ ସମସ୍ତ ଦଲିଲ୍ ଦିଆଯାଇଥିଲା। କୋର୍ଟରେ ରାହୁଲଙ୍କ ଓକିଲ କହିଥିଲେ ଯେ ମୋଦୀ ସାଙ୍ଗିଆକୁ ନେଇ କଂଗ୍ରେସ ନେତାଙ୍କ ବିରୋଧରେ ହୋଇଥିବା ମାନହାନୀ ମାମଲାର ନିରପେକ୍ଷ ଶୁଣାଣି ହୋଇ ନାହିଁ। ଏଥିରେ ସର୍ବାଧିକ ଦଣ୍ଡ ଦେବା ଆବଶ୍ୟକ ନୁହେଁ। ସେହିପରି ପ୍ରତିପକ୍ଷର ତର୍କକୁ ବି ଶୁଣିଥିଲେ କୋର୍ଟ। ଉଭୟ ପକ୍ଷକୁ ଶୁଣିବା ପରେ ଶେଷରେ ଏପ୍ରିଲ ୨୦ ତାରିଖରେ ଏହାର ରାୟ ଦିଆଯିବ ବୋଲି କୋର୍ଟ କହିଥିଲେ।

ସୂଚନା ଥାଉକି, ୨୦୧୯ ଲୋକସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧିର କରି ମୋଦୀ ସାଙ୍ଗିଆକୁ ନେଇ ବିବାଦୀୟ ବୟାନ ଦେଇଥିଲେ। ଲଳିତ ମୋଦୀ, ନିରବ ମୋଦୀଙ୍କ ନାମ ନେଇ କହିଥିଲେ ଯେ, ସମସ୍ତ ଚାରି ଚୋରଙ୍କ ସରନେମ ମୋଦୀ ହିଁ କାହିଁକି ରହୁଛି। ଏହାକୁ ଆଧାର କରି ଗୁଜରାଟର ସୁରଟ ବିଧାୟକ ପୂର୍ଣ୍ଣେଶ ମୋଦୀ ତାଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ। ଯାହା ଉପରେ ଶୁଣାଣି କରି ମାର୍ଚ୍ଚ ମାସରେ ସୁରଟ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ଦେବା ସହ ୧୫ ହଜାର ଫାଇନ ଲଗାଇଥିଲେ।

ଦୋଷୀ ସାବ୍ୟସ୍ତ ହେବା ପରେ ସଂସଦରେ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ହୋଇଥିଲା। ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ଲୋକସଭା ବାଚସ୍ପତି ଓମ ବିର୍ଲା। ଏହା ବିରୋଧରେ ରାହୁଲ ଗାନ୍ଧୀ ସୁରତ ସେସନ କୋର୍ଟରେ ଆବେଦନ କରିଛନ୍ତି। ଏପ୍ରିଲ ୨୦ ତାରିଖରେ ମାମଲାର ରାୟ ପ୍ରକାଶ ପାଇବ ବୋଲି କୋର୍ଟ କହିଛନ୍ତି।

Leave A Reply

Your email address will not be published.