Latest Odisha News

ସ୍ୱିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ମାଗଡାଲେନା

ଷ୍ଟକହୋମ: ସ୍ୱିଡେନ ରାଜନୀତି ଇତିହାସରେ ଆଜି ନୂତନ ଅଧ୍ୟାୟ ଯୋଡି ହୋଇଯାଇଛି । ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଡେମୋକ୍ରାଟ ନେତ୍ରୀ ମାଗଡାଲେନା ଆଣ୍ଡରସନ ବହୁମତ ପାଇଛନ୍ତି । ସେ ବର୍ତମାନର ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନଙ୍କ ଉତରାଧିକାରୀ ହେବେ । ମାଗଡାଲେନା ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱ ସୁଚାରୁରୂପେ ତୁଲାଉଥିଲେ । ସଂସଦରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଭୋଟ ନିଆଯାଇଥିଲା । ଏଥିରେ ସେ ସର୍ବାଧିକ ମତ ପାଇଥିଲେ ।

ସୂଚନାଯୋଗ୍ୟ, ସ୍ୱିଡେନରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ସଂସଦରେ ବହୁମତ ଆବଶ୍ୟକ କରନ୍ତି ନାହିଁ । ଗଣତନ୍ତ୍ରକୁ ଆହୁରି ପାରଦର୍ଶିତା କରିବା ପାଇଁ ଡେମୋକ୍ରାଟ ନେତାମାନେ ଏହି ପଦକ୍ଷେପ ଗ୍ରହଣ କରିଥିଲେ । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.