Latest Odisha News

BREAKING NEWS

ଭୁବନେଶ୍ୱରରେ ଲଞ୍ଚ ହେଲା ‘ସ୍ୱିଗି ଗୋ’ ସେବା

ଭୁବନେଶ୍ୱର: ଖାଦ୍ୟ ବିତରଣ ସଂସ୍ଥା ‘ସ୍ୱିଗି’ ପକ୍ଷରୁ ଜନସାଧାରଣଙ୍କ ପାଇଁ ଏକ ନୂଆ ସେବା ଆରମ୍ଭ ହେବାକୁ ଯାଉଛି ।

ଏହି ସେବା ଆପଣଙ୍କ ଘର ଠାରୁ ଅଫିସ୍ ଯାଏଁ ଲଣ୍ଡ୍ରୀ, ଭୁଲି ଯାଇଥିବା ଚାବି, ଲଞ୍ଚ ବାକ୍ସ ଓ ଜରୁରୀ ଡକୁମେଣ୍ଟ ଆଦି ଆପଣଙ୍କ ପାଖରେ ପହଞ୍ଚାଇପାରିବ। ଏପରିକି ଜିନିଷ ନେବା ଆଣିବା ମଧ୍ୟ କରିବ।

ଗ୍ରାହକମାନେ ‘ସ୍ୱିଗି ଗୋ’ ନାମକ ଏହିସେବାକୁ ନିଜ ସ୍ଵିଗି ମୋବାଇଲ୍ ଆପ୍ସ ଜରିଆରେ ଏକସେସ୍ ମଧ୍ୟ କରିପାରିବେ ।

ପ୍ରାପ୍ତ ସୂଚନାନୁଯାୟୀ, ପ୍ରଥମ ୨ କିମି. ଲାଗି ୨୫ ଟଙ୍କା ଏବଂ ପରବର୍ତ୍ତୀ କିଲୋମିଟର ରାସ୍ତା ପାଇଁ ୧୦ ଟଙ୍କା ଲେଖାଏଁ ଶୁଳ୍କ ଯୋଡି ହେବାନେଇ ସୂଚନା ମିଳିଛି ।

‘ସ୍ୱିଗି ଗୋ’ ଏହାର ପ୍ରଥମ ସେବା ଭୁବନେଶ୍ୱରରେ ଶୁଭାରମ୍ଭ କରିଥିବା ବେଳେ କଟକରେ ଏହିସେବା ଉପଲବ୍ଧ ହୋଇପାରିନାହିଁ ।

Leave A Reply

Your email address will not be published.