ଭୁବନେଶ୍ୱର: ଗତ ଏକ ସପ୍ତାହ ଧରି ଡେଲିଭରି ବଏ୍ ମାନେ ଷ୍ଟ୍ରାଇକରେ ରହିଥିବା ଯୋଗୁଁ ଭୁବନେଶ୍ୱରରେ ସ୍ବିଗି ସେବା ବନ୍ଦ କରାଯାଇଛି।
ତେବେ ସେମାନେ ଦାବି କରିଛନ୍ତି ଯେ, କରୋନା ମହାମାରୀ ଯୋଗୁଁ ଯେଉଁ ସବୁ ସୁବିଧା ବନ୍ଦ କରାଯାଇଥିଲା ସେସବୁ ପୁଣି ଦିଆଯାଉ।
ଅର୍ଡରରେ କିମି. ପ୍ରତି ୪ ଟଙ୍କା ବଦଳରେ ପେଆଉଟରେ କିମି. ପ୍ରତି ୮ ଟଙ୍କା ବୃଦ୍ଧି କରାଯାଉ।
ବର୍ତ୍ତମାନ ସମୟରେ ଭୁବନେଶ୍ୱରରେ ସ୍ବିଗିର ୮୦୦ ପାର୍ଟନର ରହିଛନ୍ତି।
ଗତ ବର୍ଷ ଜୁନ୍ ମାସରେ ଚନ୍ଦ୍ରଶେଖରପୁର ଥାନାରେ ଏନେଇ ଏକ ଅଭିଯୋଗ ଦାଖଲ କରାଯାଇଥିଲା। ସ୍ବିଗି ଅଧିକାରୀ ଏବଂ ଡେଲିଭରି ପାର୍ଟନରଙ୍କ ଏକ ବୈଠକ ପରେ ଏହି ସମସ୍ୟାର ଶୀଘ୍ର ସମାଧାନ ହେବ ବୋଲି କୁହାଯାଇଥିଲା।
ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଜଣେ ଡେଲିଭରି ପାର୍ଟନର କହିଛନ୍ତି ଯେ “ସାତ ମାସ ବିତିଗଲାଣି ଏବଂ ଆ ମକୁ ଏପର୍ଯ୍ୟନ୍ତ ୩୦୦୦ ଟଙ୍କା ପ୍ରୋତ୍ସାହନ ମିଳିନି।
ଅଫିସିଆଲ୍ ଷ୍ଟେଟମେଣ୍ଟ୍-
“ମାସିକ ପ୍ରୋତ୍ସାହନ ଏକ ମାସରେ ପ୍ରଦାନ କରାଯାଇଥିବା ମୋଟ ଅର୍ଡର ସହିତ ଜଡିତ।
Comments are closed.