Latest Odisha News

BREAKING NEWS

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଝିଅକୁ ଅନଲାଇନ୍ ଠକେଇ ମାମଲାରେ ୩ ଗିରଫ, ମାଷ୍ଟରମାଇଣ୍ଡ ଫେରାର୍

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କ ଝିଅକୁ ଅନଲାଇନ୍ ଠକେଇ ମାମଲାରେ ୩ ଜଣ ଗିରଫ ହୋଇଛନ୍ତି । କେଜ୍ରିୱାଲଙ୍କ ଝିଅ ହର୍ଷିତାଙ୍କୁ ଠକେଇ ଅଭିଯୋଗରେ ଦିଲ୍ଲୀ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ଠକେଇର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର୍ ରହିଛି ।

ଦିଲ୍ଲୀ ପୋଲିସ ହାତରେ ଧରା ପଡ଼ିଥିବା ୩ ଅଭିଯୁକ୍ତ ହେଉଛନ୍ତି- କପିଳ, ମାନଭେନ୍ଦ୍ର ଓ ସଜିଦ । କପିଳ ଓ ମାନଭେନ୍ଦ୍ରର ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସଜିଦ ମେୱତର । ମାନଭେନ୍ଦ୍ର ଖୋଲିଥିବା ଥିବା ଏଚଡିଏଫସି ବ୍ୟାଙ୍କ ଆକାଉଣ୍ଟକୁ କପିଳ ପରିଚାଳନା କରେ । ହର୍ଷିତାଙ୍କୁ ଠାରୁ ଠକି ନିଆଯାଇଥିବା ଟଙ୍କାକୁ ସଜିଦଙ୍କ ଆକାଉଣ୍ଟକୁ ପଠାଯାଇଥିଲା ।

ପ୍ରାୟ ସପ୍ତାହେ ତଳେ ହର୍ଷିତା ଅନଲାଇନ୍ ସାଇଟ ଓଏଲଏକ୍ସରେ ସୋଫା ବିକ୍ରି ପାଇଁ ପୋଷ୍ଟ କରିଥିଲେ । ଏହି ସମୟରେ ଗ୍ରାହକ ବେଶରେ ଲୁଟେରା ହର୍ଷିତାଙ୍କ ଆକାଉଣ୍ଟରୁ ୩୪ ଟଙ୍କା କ୍ୟୁଆର୍ କୋଡ୍ ସ୍କାନ୍ କରି ଲୁଟି ନେଇଥିଲେ ।

ପୋଲିସ ଅନୁସାରେ, ସୋଫା କିଣିବା ପାଇଁ ଗ୍ରାହକ ଜଣଙ୍କ ରାଜି ହେବା ପରେ ହର୍ଷିତାଙ୍କୁ ଏକ ବାର କୋଡ୍ ପଠାଇ ସ୍କାନ କରିବାକୁ କହିଥିଲେ । ପ୍ରଥମ ଲୁଟେରା ଜଣଙ୍କ ହର୍ଷିତାଙ୍କ ଆକାଉଣ୍ଟକୁ ଅଳ୍ପ କିଛି ଟଙ୍କା ପଠାଇ ବିଶ୍ୱାସଭାଜନ ହୋଇଥିଲେ । ପରେ ୨ଟି ପର୍ଯ୍ୟାୟରେ ହର୍ଷିତାଙ୍କ ଆକାଉଣ୍ଟରୁ ୨୦ ହଜାର ଓ ୧୪ ହଜାର କରି ୩୪ ହଜାର ଟଙ୍କା ଲୁଟି ନେଇଥିଲେ ।

Leave A Reply

Your email address will not be published.