Latest Odisha News

ଏକଲବ୍ୟ ପୁରସ୍କାର ପାଇଲେ ପ୍ରତ୍ୟାଶା ରାୟ

ଭୁବନେଶ୍ୱର: ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ପାଇଲେ ଚଳିତ ବର୍ଷର ସମ୍ମାଜନକ ‘ଏକଲବ୍ୟ ପୁରସ୍କାର’। ପ୍ରତ୍ୟାଶା ଉଭୟ ଜୁନିଅର ଓ ସିନିଅର ବର୍ଗରେ ଜାତୀୟ ଓ ଆନ୍ତର୍ଜାତୀୟ ପଦକ ପାଇଛନ୍ତି। ତାଙ୍କୁ ପୁରସ୍କାର ବାବଦରେ ୭ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି। ମୁଖ୍ୟ ଅତିଥି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ ଏହି ଅବସରରେତାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ସେପଟେ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଧାବକ ଦଣ୍ଡପତି ମୃତ୍ୟୁମ୍‌ ଜୟରାମ ଓ ବ୍ୟାଡ୍‌ମିଣ୍ଟନ ଖେଳାଳି ତନ୍‌ଭୀ ପତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଛି। ସେମାନଙ୍କୁ ମାନପତ୍ର ସହ ୧.୫ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ପୂର୍ବରୁ ଏକଲବ୍ୟ ପୁରସ୍କାର ଅର୍ଥରାଶି ୫ଲକ୍ଷ ଟଙ୍କା ଥିଲା। IMFA ର ଇମ୍ପାକ୍ଟ ପକ୍ଷରୁ ୧୯୯୩ ମସିହାରୁ ଏହି ସମ୍ମାନ ଜନକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଉଛି।  ଭାରତର ପ୍ରମୁଖ ଫେରୋ ଆଲଏଜ୍‌ ଉତ୍ପାଦନକାରୀ କମ୍ପାନୀ (ଇମ୍ଫା) ଦ୍ୱାରା ପରିଚାଳିତ ‘ଇଣ୍ଡିଆନ୍‌ ମେଟାଲସ୍‌ ପବ୍ଳିକ୍‌ ଚାରିଟେବଲ୍‌ ଟ୍ରଷ୍ଟ’ (ଇମ୍ପାକ୍ଟ)  ୧୯୯୩ ମସିହାରେ ଏକଲବ୍ୟ ପୁରସ୍କାର ପ୍ରତିଷ୍ଠା କରିଥିଲା।

Comments are closed.