Latest Odisha News

BREAKING NEWS

ରାଜ୍ୟରେ ସ୍ୱାଇନ ଫ୍ଲୁ: ଗୋଟିଏ ଦିନରେ ୩ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଶ୍ୱରେ କରୋନା ଭାଇରସ ଦିନକୁ ଦିନ ମାରାତ୍ମକ ହେଉଥିବା ବେଳେ ରାଜ୍ୟରେ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।ଗୁରୁବାର ଦିନ ୩ ଜଣ ସ୍ବାଇନ୍ ଫ୍ଲୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଚିହ୍ନଟ ୩ ରୋଗୀଙ୍କ ସହ ସ୍ୱାଇନ ଫ୍ଲୁ ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ଅନୁସା‌ରେ, ୩ ଜଣ ସ୍ବାଇନ୍ ଫ୍ଲୁ ପଜିଟିଭ୍ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୨ଜଣ ମହିଳା ଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ପୁରୁଷ। ଚିହ୍ନଟ ସମସ୍ତ ଆକ୍ରାନ୍ତ ବୟସ୍କ ବ୍ୟକ୍ତି ରହିଛନ୍ତି। ଚିହ୍ନଟ ଆକ୍ରାନ୍ତ ମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ‌ଥିବା ଜଣାପଡିଛି।

ସ୍ବାଇନ୍ ଫ୍ଲୁ ଆତଙ୍କ ବଢୁଥିବା ବେଳେ ଏହାକୁ ନେଇ ଆତଙ୍କିତ ନ ହେବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.