Latest Odisha News

BREAKING NEWS

ରାଜଧାନୀରେ ଚାଞ୍ଚଲ୍ୟ; ଘରେ ପଶି ଖଣ୍ଡାରେ ଆକ୍ରମଣ କଲେ ଦୁର୍ବୃତ୍ତ

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ରାତିରେ ଭୁବନେଶ୍ୱରସ୍ଥିତ ଏକ ଘରେ କିଛି ଦୁର୍ବୃତ୍ତ ପଶି ଆକ୍ରମଣ କରିଛନ୍ତି। ସେମାନେ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିବା ଫଳରେ ଜଣେ ଯୁବତୀ ଏବଂ ତାଙ୍କ ବାପା ମା’ ଗୁରୁତର ଆହତ ହୋଇଛନ୍ତି।

ରାଜଧାନୀର ବାୟା ବାବା ବସ୍ତି ଅଞ୍ଚଳରେ ଏହି ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, କିଛି ଦୁର୍ବୃତ୍ତ ଜଣେ ମହିଳାଙ୍କ ଘରେ ଜୋରଜବରଦସ୍ତି ପଶି ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ। ଏହି ଆକ୍ରମଣକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ମହିଳାଙ୍କ ବାପା ମା’ଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ।

ଖଣ୍ଡା ଆକ୍ରମଣରେ ଉକ୍ତ ଯୁବତୀ ଏବଂ ତାଙ୍କ ବାପା ମା’ ଆହତ ହୋଇଛନ୍ତି। ପରେ ତାଙ୍କ ବାପା ମା’ଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଆକ୍ରମଣର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

ଅନ୍ୟପକ୍ଷରେ ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

Leave A Reply

Your email address will not be published.