ଓଡିଶା ସମ୍ବାଦ ବ୍ୟୁରୋ: କନଜ୍ୟୁମର ସ୍ମାର୍ଟ ୱେୟାରବଲ ନିର୍ମାଣ କରୁଥିବା ବ୍ରାଣ୍ଡ ସଟ୍ (Sott) ଏହାର ନୂତନ ସ୍ମାର୍ଟ ୱାଚକୁ ଭାରତରେ ଲଞ୍ଚ କରିଛି। କମ୍ପାନୀ ଆମାଜନ ଗ୍ରେଟ୍ ଇଣ୍ଡିଆନ୍ ଫେଷ୍ଟିଭାଲ୍ ୨୦୨୨ ବିକ୍ରିରେ ଏକ ନୂତନ ସ୍ମାର୍ଟୱାଚ୍ Armor 007 ଲଞ୍ଚ କରିଛି। ନୂତନ ଆର୍ମର୍ ସ୍ମାର୍ଟୱାଚ୍ ବ୍ଲୁଟୁଥ୍ କଲିଂ ଫିଚର୍ ସହିତ ଆସିଛି ଏବଂ ପାର୍ବଣ ଉପଲକ୍ଷେ ଅନଲାଇନରେ ୨୦୦୦ରୁ କମ୍ ମୂଲ୍ୟରେ ଉପଲବ୍ଧ କରାଯାଇଛି।
ଜର୍ମାନ ଇଲେକ୍ଟ୍ରୋନିକ୍ ବ୍ରାଣ୍ଡ ବ୍ଲୋପଙ୍କଟ ଏହାର ନୂତନ ଇୟରବଡ BT@09 Hybrid ANC Moksha ଭାରତରେ ଲଞ୍ଚ କରିଛି। Ambient Mode Noise Cancelling ସହିତ ଆସୁଥିବା ଏହି ଇୟରବଡ୍ ଗୁଡିକ ମୂଲ୍ୟ ମାତ୍ର ୩,୯୯୯ ଟଙ୍କାରେ ଉପଲବ୍ଧ ରହିଛି।
କମ୍ପାନୀ ୨,୪୯୦ ଟଙ୍କାରେ ନୂଆ ଆର୍ମର୍ ୦୦୭ ସ୍ମାର୍ଟୱାଚ୍ ଲଞ୍ଚ କରିଛି। କିନ୍ତୁ ଲଞ୍ଚ ଅଫର ଅନୁଯାୟୀ ଏହା ୧୯୯୦ ଟଙ୍କାରେ ଆମାଜନରୁ କିଣାଯାଇପାରିବ। ଏହି ସ୍ମାର୍ଟ ୱାଚ୍ କଳା ରଙ୍ଗର ଡାଏଲ ସହିତ ଅନେକ ରଙ୍ଗର ବେଲ୍ଟ ବା ଷ୍ଟ୍ରାପ୍ ତଥା ସବୁଜ, ନୀଳ, ନାଲି, ସିଲଭର ରଙ୍ଗରେ ଉପଲବ୍ଧ ରହିଛି। ଆର୍ମର୍ ୦୦୭ ବିଲ୍ଟ-ଇନ୍ ସ୍ପିକର ଏବଂ ମାଇକ୍ରୋଫୋନ୍ ସହିତ ଆସିଥାଏ, ଯାହା ମାଧ୍ୟମରେ ଉପଭୋକ୍ତାମାନେ ଘଡ଼ିରୁ ସିଧାସଳଖ କଲ୍ ଗ୍ରହଣ କରିପାରିବେ ଏବଂ ଡାଏଲ୍ କରିପାରିବେ।
ଏହି ସ୍ମାର୍ଟ ୱାଚ୍ ରେ ରିୟଲ ଟାଇମ ହାର୍ଟ ରେଟ ସେନ୍ସର ରହିଛି। ଏଥିରେ ଅପ୍ଟିକାଲ୍ ସେନ୍ସର ସହିତ ବ୍ଲଡ୍ ଅକ୍ସିଜେନ ଟ୍ରାକିଂ (Spo2) ଫିଚର ଦିଆଯାଇଛି। ଏହି ସ୍ମାର୍ଟ ୱାଚ୍ ରେ ୧.୬୯ ଇଞ୍ଚ HD ଫୁଲ୍ ଟଚ୍ ସ୍କ୍ରିନ୍ ଅଛି। ଏହି ଘଣ୍ଟାରେ ସମୁଦାୟ ୨୪ ଟି ସ୍ପୋର୍ଟ୍ସ ଟ୍ରାକିଂ ଫିଚର ରହିଛି। ବ୍ଲୋପଙ୍କଟର ଏହି ନୂତନ TWS ଇୟରବଡ ଗୁଡିକର ମୂଲ୍ୟ ୩୯୯୯ ଟଙ୍କା ରହିଛି। ଏହି ଇୟରବଡଗୁଡିକ ଆମାଜନରୁ କଳା ରଙ୍ଗରେ ଉପଲବ୍ଧ ରହିଛି। କମ୍ପାନୀ କହିଛି ଯେ ନୂତନ ଇୟରବଡଗୁଡିକ ଫୁଲ ଚାର୍ଜ କଲେ ୬୦ ଘଣ୍ଟା ପ୍ଲେ ଟାଇମ୍ ପାଇବ। ଏହି ଇୟରବଡଗୁଡିକ ୱାୟରଲସ ଚାର୍ଜିଂକୁ ସପୋର୍ଟ କରେ।
Comments are closed.