Latest Odisha News

BREAKING NEWS

ଟେଷ୍ଟ ଦଳରୁ ବାଦ୍ ପଡିଲେ ଯାଦବ, କିଏ ପାଇବ ସ୍ଥାନ ?

ନୂଆଦିଲ୍ଲୀ: ବିଦେଶରେ ଅଷ୍ଟ୍ରେଲିଆକୁ ଧୂଳି ଚଟାଇଛି ଭାରତ । ତଥାପି ଆହତ ସମସ୍ୟାକୁ ନେଇ ଚିନ୍ତାରେ ରହିଛି ଟିମ୍ ଇଣ୍ଡିଆ । ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଆଘାତପ୍ରାପ୍ତ ହୋଇ ଦୃତ ବୋଲର୍ ଉମେଶ ଯାଦବ ପଡିଆ ଛାଡିଥିଲେ । ଅନ୍ୟପଟେ ମହମ୍ମଦ ସାମି ଓ ଇଶାନ୍ତ ଶର୍ମା ବି ଆହତ ସମସ୍ୟା ପାଇଁ ଦଳରୁ ବାଦ୍ ପଡିଥିଲେ । ଏପରି ସ୍ଥିତିରେ କେବଳ ବୁମ୍‌ରାହ ଓ ସିରାଜଙ୍କ ଉପରେ ନର୍ଭର କରୁଛି ଭାରତର ବୋଲିଂ ବିଭାଗ ।

ତାଜା ରିପୋର୍ଟ ଅନୁଯାୟୀ ଆହତ ସମସ୍ୟା ପରେ ଉମେଶ ଭାରତକୁ ଉଡାଣ ଭରିଛନ୍ତି । ଶୁଣିବାକୁ ମିଳିଛି ତାଙ୍କ ବଦଳରେ ବାମହାତୀ ବୋଲର୍ ଟି. ନଟରାଜନ୍ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଖେଳିପାରନ୍ତି । ତେବେ ଟିମ୍ ମ୍ୟାନେଜମେଣ୍ଟ ସାର୍ଦୁଲ୍ ଠାକୁରଙ୍କୁ ଖେଳାଇବା ନେଇ ମଧ୍ୟ ଚିନ୍ତା କରୁଛି ।

ଜାନୁଆରୀ ୭ରେ ତୃତୀୟ ଟେଷ୍ଟ ମ୍ୟାଚ୍ ଆରମ୍ଭ ହେବାକୁ ଥିବାବେଳେ ନଟରାଜନ୍ ଓ ସାର୍ଦୁଲଙ୍କ ମଧ୍ୟରୁ କେହି ଜଣେ ଏହି ମ୍ୟାଚରେ ପଦାର୍ପଣ କରିପାରନ୍ତି । ନଟରାଜନ ବେଶ ଚମତ୍କାର ଫର୍ମରେ ଥିଲେ ହେଁ ସେ ତାମିଲନାଡୁ ତରଫରୁ ମାତ୍ର ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଛନ୍ତି । ଅନ୍ୟପଟେ ସାର୍ଦୁଲ କିନ୍ତୁ ଅଧିକ ଅଭିଜ୍ଞ । ୬୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ସେ ୨୦୬ଟି ୱିକେଟ୍ ହାସଲ କରିବା ସହ ୬ଟି ଅର୍ଦ୍ଧଶତକ ମଧ୍ୟ ତାଙ୍କ ନାଁରେ ରହିଛି । ଏପରି ସ୍ଥିତିରେ ଉମେଶଙ୍କ ବଦଳରେ ସର୍ଦୁଲ ଖେଳିବା ନେଇ ଅଧିକ ସମ୍ଭାବନା ରହିଛି । ତେବେ ଶେଷ ନିଷ୍ପତ୍ତି ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ, ଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ବୋଲିଂ କୋଚ୍ ଭରତ ଅରୁଣଙ୍କ ଉପରେ ନିର୍ଭର କରେ ।

Leave A Reply

Your email address will not be published.