Latest Odisha News

BREAKING NEWS

ଆଘାତ ସମସ୍ୟା ଯୋଗୁ ଆଇପିଏଲରୁ ଓହରିଲେ ନଟରାଜନ

ହାଇଦ୍ରାବାଦ: ସନରାଇଜର୍ସ ହାଇଦ୍ରାବାଦର ଯୁବ ପେସ ବୋଲର ଆଘାତ ସମସ୍ୟା ଯୋଗୁ ଆଇପିଏଲର ଚଳିତ ସଂସ୍କରଣରୁ ଓହରି ଯାଇଛନ୍ତି । ଅଷ୍ଟ୍ରେଲିଆ ଗସ୍ତରେ ସେ ଆଘାତପ୍ରାପ୍ତ ହୋଇଥିଲେ । ୩୦ ବର୍ଷୀୟ ନଟରାଜନ ସନରାଇଜର୍ସ ପକ୍ଷରୁ ୨ଟି ମ୍ୟାଚ ଖେଳିଛନ୍ତି । ଆଘାତ ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକୁଳିପାରି ନ ଥିବାରୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି ।

ଡାକ୍ତର ମଧ୍ୟ ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଥିଲେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ତ୍ୟାଗରାଜନ ତାଙ୍କ ୟର୍କର ବୋଲିଂରେ ଅନେକ ବଡ ବଡ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଛନ୍ତି ।

Leave A Reply

Your email address will not be published.