Latest Odisha News

ଦୁନିଆର ସର୍ବୋଚ୍ଚ ପର୍ବତରେ ପହଞ୍ଚିଲା କରୋନା; ମାଉଣ୍ଟ ଏଭରେଷ୍ଟରେ ପ୍ରଥମ କୋଭିଡ୍‌ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କୋଭିଡ ଦୁନିଆର ସର୍ବୋଚ୍ଚ ପର୍ବତରେ ପହଞ୍ଚିଛି। ମାଉଣ୍ଟ ଏଭରେଷ୍ଟରେ ପ୍ରଥମ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ନରୱେର ଜଣେ ପର୍ବତାରୋହୀ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

କରୋନାଭାଇରସ୍ ଦୁନିଆର ସର୍ବୋଚ୍ଚ ପର୍ବତକୁ ସ୍ପର୍ଶ କରିଛି। ମାଉଣ୍ଟ ଏଭରେଷ୍ଟ ବେସ କ୍ୟାମ୍ପରେ ଜଣେ ନରୱେ ପର୍ବତାରୋହୀ ପ୍ରଥମେ କରୋନା ସଂକ୍ରମିତ ହୋଇଛନ୍ତି। ଏହାପରେ ତାଙ୍କୁ ହେଲିକପ୍ଟର ଯୋଗେ କାଠମାଣ୍ଡୁକୁ ନିଆଯାଇଥିଲା ଏବଂ ସେଠାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଶୁକ୍ରବାର ଦିନ ଏରଲେଣ୍ଡ ନେସ ଆସୋସିଏଟେଡ୍ ପ୍ରେସ୍‌କୁ କହିଛନ୍ତି ଯେ ସେ ଏପ୍ରିଲ୍ ୧୫ ରେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗୁରୁବାର ଦିନ ଅନ୍ୟ ଏକ ପରୀକ୍ଷା ନକାରାତ୍ମକ ଆସିଛି ବୋଲି ସେ କହିଛନ୍ତି।

 

Leave A Reply

Your email address will not be published.