Latest Odisha News

BREAKING NEWS

ଟି୨୦ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗୀତା ମଝିରୁ ସନ୍ୟାସ ନେବେ ଏହି ଖେଳାଳି

ଆବୁଧାବି: ଟି୨୦ ବିଶ୍ୱକପ୍‌ରେ ଆଫଗାନିସ୍ତାନ ଦଳ ଲଢୁଆ ଖେଳ ପ୍ରଦର୍ଶନ ଜାରି ରଖିଛି । ହାର୍ ଜିତ୍ ଲାଗିରହିଥିଲେ ବି ଅନେକ ଶକ୍ତିଶାଳୀ ଦଳଙ୍କୁ ଆଫଗାନିସ୍ତାନ ଚାଲେଂଜ କରିଛି । ତେବେ ପ୍ରତିଯୋଗୀତା ମଝିରୁ ଏହି ଦଳର ଜଣେ ବରିଷ୍ଠ ଖେଳାଳି ସନ୍ୟାସ ନେବାକୁ ଯାଉଛନ୍ତି । ଏହି ଘଟଣା କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛି ।

ଆଫଗାନିସ୍ତାନର ପୂର୍ବତନ ଅଧିନାୟକ ଅଜଗର ଅଫଗାନ୍ ରବିବାର ନାମିବିଆ ବିପକ୍ଷ ମ୍ୟାଚ ପରେ ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ଦଳରେ ଯୁବା କ୍ରିକେଟରଙ୍କୁ ସୁଯୋଗ ଦେବାକୁ ଯାଇ ଅଜଗର କିଛି ଏପରି ନିଷ୍ପତ୍ତି ନେଇଛନ୍ତି ।

ଅଜଗର ୬ ବର୍ଷ ଧରି ତିନୋଟି ଫର୍ମାଟରେ ଆଫଗାନିସ୍ତାନ ଦଳର ନେତୃତ୍ୱ ନେଇଥିଲେ । ୨୦୧୯ ବିଶ୍ୱକପ ପୂର୍ବରୁ ତାଙ୍କୁ ଦଳର ଅଧିନାୟକତ୍ୱ ପଦରୁ ହଟାଯାଇଥିଲା । ତେବେ ପରେ ସେ ପୁଣିଥରେ ଅଧିନାୟକ ସାଜିଥିଲେ ହେଁ ଜିମ୍ବାୱେ ବିରୋଧରେ ଦଳର ଖରାପ ପ୍ରଦର୍ଶନ ପାଇଁ ଅଧିନାୟକ ଦୌଡରୁ ବାଦ୍ ପଡିଥିଲେ ।

୧୨ ବର୍ଷର କ୍ୟାରିଅର ଭିତରେ ଅଜଗର ୬ଟି ଟେଷ୍ଟ, ୧୧୪ଟି ଦିନିକିଆ ଓ ୭୪ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଟେଷ୍ଟରେ ମାତ୍ର ୪୪୦ ରନ୍ କରିଥିବା ଅଜଗର ଦିନିକିଆରେ ଗୋଟିଏ ଶତକ ଓ ୧୨ଟି ଅର୍ଦ୍ଧଶତକ ସହ ସମୁଦାୟ ୨୪୨୪ ରନ ସଂଗ୍ରହ କରିଥିଲେ । ସେହିଭଳି ଚଳିତବର୍ଷ ବିଶ୍ୱକପରେ ପାକିସ୍ତାନ ବିରୋଧରେ ତାଙ୍କର ସର୍ବାଧିକ ସ୍କୋର ୧୦ ରହିଛି ।

Leave A Reply

Your email address will not be published.