Latest Odisha News

ଟି୨୦ ବିଶ୍ୱକପରେ ଆତଙ୍କବାଦୀ ଆକ୍ରମଣ ଧମକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟ ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ । ତେବେ ଏହା ଆରମ୍ଭ ହେବା ପୂର୍ବରୁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଆକ୍ରମଣ ଧମକ ଦେଇଛି । ରିପୋର୍ଟ ମୁତାବକ ଆଇଏସ ଖୁରାସନ ୱେଷ୍ଟଇଣ୍ଡିଜକୁ ଏହି ଧମକ ଦେଇଛି । କ୍ରିକେଟ ୱେଷ୍ଟଇଣ୍ଡିଜ କିନ୍ତୁ ଏଥିରେ ବିଚଳିତ ନ ହୋଇ ସୁରକ୍ଷାର ଗ୍ୟାରେଂଟି ପ୍ରଦାନ କରିଛି । ୨ ଜୁନରୁ ବିଶ୍ୱକପ ଆରମ୍ଭ ହେବ । ଖେଳାଳି, ପ୍ରଶଂସକ ଏବଂ ହୋଟେଲଗୁଡିକରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି । ତ୍ରିନିଦାଦ ପ୍ରଧାନମନ୍ତ୍ରୀ କୀଥ ରିଲ୍ସ ସମସ୍ତ ପ୍ରକାର ବିପଦର ମୁକାବିଲା ପାଇଁ ଆମ ସୁରକ୍ଷା ଏଜେନ୍ସି ସକ୍ଷମ ବୋଲି କହିଛନ୍ତି ।

BjdElectrycity

ଆଇଏସ ଖୁରାନା ଆଫଗାନିସ୍ତାନ ଓ ପାକିସ୍ତାନରେ ସକ୍ରିୟ ଅଛି । ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ହିଂସା ସୃଷ୍ଟି କରିବା ପାଇଁ ଏହି ସଂଗଠନ ଉପରେ ଅଭିଯୋଗ ରହିଛି । ଟି୨୦ ବିଶ୍ୱକପ ବିରୋଧରେ ଏହି ସଂଗଠନ ଏବେ ତାର ସମର୍ଥକଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛି ।

Leave A Reply

Your email address will not be published.