Latest Odisha News

ଫାଇନାଲରେ ଟସ ହାରିବା ଟିମ ଥରେ ହୋଇଛି ଚାମ୍ପିୟନ

କିଙ୍ଗଷ୍ଟନ ଓଭାଲ: ଟି୨୦ ବିଶ୍ୱକପ କ୍ରିକେଟ ୨୦୨୪ର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଉଭୟ ଟିମ ଏଥର ଅପରାଜେୟ ଭାବେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ତେବେ ଟି୨୦ ବିଶ୍ୱକପ ଫାଇନାଲର ଟସକୁ ନେଇ ରୋଚକ ତଥ୍ୟ ସମ୍ମୁଖକୁ ଆସିଛି । ଟାଇଟଲ ମୁକାବିଲାରେ ଚେଜ କରିବା ଟିମ ଫାଇଦାରେ ରହିଛି । ଓଭରାଲ ଟସ ହାରିଥିବା ଟିମ ଥରେ ମାତ୍ର ଚାମ୍ପିୟନ ହୋଇଛି । ଟି୨୦ ବିଶ୍ୱକପର ୮ଟି ସଂସ୍କରଣରେ ୩ଥର ଅଧିନାୟକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏହା ମଧ୍ୟରେ ୨୦୦୭ରେ ଭାରତ ଓ ୨୦୧୨ରେ ୱେଷ୍ଟଇଣ୍ଡିଜ ବ୍ୟାଟିଂ ନିଷ୍ପତି ନେଇଥିଲେ । ଏହି ୨ ଟିମ ଚାମ୍ପିୟନ ହୋଇଥିଲେ ।

ସେହିପରି ୫ ଥର ଅଧିନାୟକ ଚେଜ କରିବା ପାଇଁ ପସନ୍ଦ କରିଥିଲେ । ଓଭରାଲ ୬ଥର ଚେଜ କରିଥିବା ଟିମ ଟାଇଟଲ ଜିତିଛନ୍ତି । ଏଥିରେ ପାକିସ୍ତାନ (୨୦୦୯), ଇଂଲଣ୍ଡ(୨୦୧୦), ଶ୍ରୀଲଙ୍କା (୨୦୧୪), ୱେଷ୍ଟଇଣ୍ଡିଜ(୨୦୧୬), ଅଷ୍ଟ୍ରେଲିଆ(୨୦୨୧) ଓ ଇଂଲଣ୍ଡ ୨୦୨୨ରେ ଚାମ୍ପିୟନ ହୋଇଛନ୍ତି । ୨୦୦୯ରେ ପାକିସ୍ତାନ ଟିମ ଟସ ହାରି ମଧ୍ୟ ଚାମ୍ପିୟନ ହୋଇଥିଲେ । ଟସ ଜିତି ଚାମ୍ପିୟନ ହୋଇଥିବା ଟିମଗୁଡିକ ହେଲା ଭାରତ (୨୦୦୭), ଇଂଲଣ୍ଡ(୨୦୧୦), ୱେଷ୍ଟଇଣ୍ଡିଜ(୨୦୧୨), ଶ୍ରୀଲଙ୍କା(୨୦୧୪), ୱେଷ୍ଟଇଣ୍ଡିଜ(୨୦୧୬), ଅଷ୍ଟ୍ରେଲିଆ (୨୦୨୧) ଓ ଇଂଲଣ୍ଡ (୨୦୨୨) ସାମିଲ ।

କିଙ୍ଗଷ୍ଟନ ଓଭାଲରେ ୮ଟି ଟି୨୦ ବିଶ୍ୱକପ ମ୍ୟାଚ ଖେଳାଯାଇଛି । ପ୍ରଥମେ ବ୍ୟାଟିଂ କରିଥିବା ୩ ଓ ପରେ ବ୍ୟାଟିଂ କରିଥିବା ଦଳ ୩ ଥର ବିଜୟୀ ହୋଇଛନ୍ତି । ଗୋଟିଏ ମ୍ୟାଚ ଟାଇ ରହିଥିବା ବେଳେ ଅନ୍ୟ ଏକ ମୁକାବିଲାର ଫଳାଫଳ ବାହାରି ପାରି ନ ଥିଲା । ଓଭରାଲ ଏଠାରେ ଖେଳା ଯାଇଥିବା ୨୯ ଟି୨୦ ଆନ୍ତର୍ଜାତୀୟ ମ୍ୟାଚରେ ଟସ ଜିତିବା ଟିମ ୧୮ ଥର ଜିତିଛି ।

Leave A Reply

Your email address will not be published.