Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ଏପ୍ରିଲ ଶେଷ ଭାଗରେ ଘୋଷଣା ହୋଇପାରେ ଭାରତୀୟ ଦଳ

ନୂଆଦିଲ୍ଲୀ: ଆମେରିକା ଓ ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଟିମର ଘୋଷଣା ଏପ୍ରିଲ ଶେଷ ଭାଗରେ ହୋଇପାରେ । ୧୫ ସଦସ୍ୟ ବିଶିଷ୍ଟ ଟିମ ତାଲିକା ଆଇସିସି ନିକଟରୁ ମେ ୧ ମଧ୍ୟରେ ପଠାଇବାକୁ ହେବ । ମେ ୨୫ ସୁଦ୍ଧା ପ୍ରତ୍ୟେକ ଟିମକୁ ଖେଳାଳି ପରିବର୍ତନ କରିବା ପାଇଁ ଶେଷ ସୁଯୋଗ ମିଳିବ । ବିସିସିଆଇର ଜନୈକ ଅଧିକାରୀ ନାମ ପ୍ରକାଶ ନ କରି ଉପରୋକ୍ତ ସୂଚନା ଦେଇଛନ୍ତି । ସେ ସମୟ ମଧ୍ୟରେ ଆଇପିଏଲର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଯାଇଥିବ । ଚୟନ କମିଟିକୁ ଖେଳାଳିଙ୍କ ଫର୍ମ ଓ ଫିଟନେସ ଆକଳନ କରିବା ପାଇଁ ସୁଯୋଗ ମିଳିବ ।

ମେ ୧୯ରେ ଆଇପିଏଲର ଲିଗ ପର୍ଯ୍ୟାୟ ଶେଷ ହେବା ପରେ ମନୋନୀତ ବିଶ୍ୱକପ ଟିମର ଗୋଟିଏ ଗ୍ରୁପ ନ୍ୟୁୟର୍କ ଯିବେ । ଯେଉଁ ଟିମ ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହୋଇପାରିବ ନାହିଁ ସେହି ଦଳର ଖେଳାଳିମାନେ ଏହା ପରେ ନ୍ୟୁୟର୍କ ଯିବେ । ଏହା ବ୍ୟତୀତ ଦଳ ସହିତ କିଛି ଷ୍ଟାଣ୍ଡବାଇ ଖେଳାଳି ମଧ୍ୟ ଯିବେ । ଫଳରେ ଆଘାତପ୍ରାପ୍ତ cଖେଳାଳିଙ୍କୁ ନେଇ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଉକ୍ତ ଅଧିକାରୀଙ୍କ କହିବା ଅନୁସାରେ ୩/୪ଟି ସ୍ଥାନ ବ୍ୟତୀତ ଅନ୍ୟ ଖେଳାଳି ପ୍ରାୟତଃ ଚୟନ ହୋଇସାରିଛି ।

Comments are closed.