Latest Odisha News

BREAKING NEWS

୯ ଦଫା ଦାବିରେ ଦଣ୍ଡ ପ୍ରଣାମ ପଦଯାତ୍ରା କଲା ଡ୍ରାଇଭର ମହାସଂଘ

କାମାକ୍ଷାନଗର : ଡ୍ରାଇଭର ମହାସଂଘ ପକ୍ଷରୁ ୯ ଦଫା ଦାବି ପୂରଣ ନେଇ ଦଣ୍ଡ ପ୍ରଣାମ ପଦଯାତ୍ରା । ରାଜ୍ୟର ସମସ୍ତ ବ୍ଲକରେ ୯ ଦଫା ଦାବି ପୂରଣ ନେଇ ନିଆରା ପ୍ରତିବାଦ ଦେଖିବାକୁ ମିଳିଛି । କାମାକ୍ଷାନଗର ହନୁମାନ ବଜାର ଠାରୁ ଆରମ୍ଭ କରି ଦଣ୍ଡ ପ୍ରଣାମ ପଦଯାତ୍ରାରେ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ସଂଘର ସଦସ୍ୟ ମାନେ ପଦଯାତ୍ରା କରିଥିଲେ । ରାଜ୍ୟ ଡ୍ରାଇଭର ମହାସଂଘର ପଞ୍ଚୁପାଣ୍ଡବ ଗତ ୧୮ ତାରିଖରେ ମା ସମଲେଶ୍ବରୀଙ୍କ ଠାରୁ ପୂଜାର୍ଚ୍ଚନା କରି ପଦଯାତ୍ରା ଆରମ୍ଭ କରିଥିଲେ। ଡ୍ରାଇଭର ମାନଙ୍କ ଭତ୍ତା, ବୀମା, ସୁରକ୍ଷାକୁ ଆଖି ଆଗରେ ରଖି ସେମାନେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବା ପ୍ରକାଶ କରିଛନ୍ତି । ଏନେଇ ଡ୍ରାଇଭର ମହାସଂଘଙ୍କ ଦାବୀ ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି  ।

 

Leave A Reply

Your email address will not be published.