Latest Odisha News

BREAKING NEWS

୧୫ରେ ରିଲିଜ କରିବ ତାପସୀଙ୍କ ‘ରଶ୍ମୀ ରକେଟ୍’

ନୂଆଦିଲ୍ଲୀ: ତାପସୀ ପନ୍ନୁଙ୍କ ଅଭିନୀତ ‘ରଶ୍ମୀ ରକେଟ୍’ ଅକ୍ଟୋବର ୧୫ ରେ ଜି୫ ରେ ରିଲିଜ୍ କରିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଆକର୍ଷ ଖୁରାନା। ଏଥିରେ ତାପସୀଙ୍କ ସମେତ ଏବଂ ପ୍ରିୟଙ୍କା, ଅଭିଷେକ ବାନାର୍ଜୀ ଏବଂ ସୁପ୍ରିୟା ପାଠକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି କ୍ରୀଡା ଡ୍ରାମା ମୁଭିରେ ତାପସୀ ପନ୍ନୁ ରଶ୍ମୀ ନାମକ ଜଣେ ଗୁଜୁରାଟୀ ଆଥଲେଟଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଏଥିପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ତାପସୀ। ଚରିତ୍ରକୁ ନିଖୁଣ ଭାବେ ନିଭେଇବା ପାଇଁ ତାଲିମ ମଧ୍ୟ ନେଇଛନ୍ତି ତାପସୀ। ସେପ୍ଟେମ୍ବର ୨୦ରେ ତାପସୀ ସୋସିଆଲ ମିଡିଆରେ ଏହାର ରିଲିଜ ତାରିଖ ଘୋଷଣା କରିଛନ୍ତି। ଏହା ଅକ୍ଟୋବର ୧୫ରେ ଜି୫ରେ ମୁକ୍ତିଲାଭ କରିବ।

Comments are closed.