Latest Odisha News

ବିଜୁ କେବିକେ ଅନୁଦାନକୁ ନେଇ ମୁହାଁମୁହିଁ ହେଲେ ଜିଲ୍ଲାପାଳ-ବିଧାୟକ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପରିଷଦ ବୈଠକରେ ମୁହାଁମୁହିଁ ହୋଇଛନ୍ତି କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ଓ ଜିଲ୍ଲାପାଳ ଚଞ୍ଚଳ ରାଣା। ବିଜୁ କେବିକେ ଯୋଜନା ପାଣ୍ଠି କାଟିବାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଧାୟକ ଓ ଜିଲ୍ଲାପାଳ । କଣ୍ଟାବାଂଜି ନିର୍ବାଚନ ମଣ୍ଡଳୀର ବ୍ଲକ ଗୁଡ଼ିକୁ ଏହି ଯୋଜନାରେ ଆସୁଥିବା ଅନୁଦାନକୁ ଜିଲ୍ଲାପାଳ କାଟି ଦେଉଥିବା ଅଭିଯୋଗ ଆଣିଛନ୍ତି ବିଧାୟକ । ଏ ନେଇ ବିଧାୟକ ଜିଲ୍ଲା ପରିଷଦ ବୈଠକରେ ବିଧାୟକଙ୍କୁ ପଚାରିବାରୁ ଉଭୟେ ମୁହାଁମୁହିଁ ହୋଇଛନ୍ତି  ।

ଏହି ଯୋଜନାରେ ଆସୁଥିବା ଟଙ୍କା କାହିଁକି କଟା ଯାଉଛି ବୋଲି ବିଧାୟକ ସାଲୁଜା ପ୍ରଶ୍ନ କରିବା ସହ ଜିଲ୍ଲାପାଳଙ୍କ ଠାରୁ ଉତ୍ତର ମାଗିଥିଲେ । ଏମିତି ଟଙ୍କା କାଟିବା ନେଇ ଜିଲ୍ଲାପାଳଙ୍କର କ୍ଷମତା ଅଛି କି ନାହିଁ ବୋଲି ପଚାରିଥିଲେ ବିଧାୟକ । ଜିଲ୍ଲାପାଳ ବୈଠକ ପରେ ଏ ବିଷୟ ଆଲୋଚନା କରିବାକୁ କହିଥିଲେ ହେଁ ବିଧାୟକ ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲେ । ଫଳରେ କଥା କଟାକଟି ହୋଇଥିଲା । ଦୀର୍ଘ ସମୟ ପର୍ଯ୍ୟନ୍ତ କେହି ଚୁପ ରହି ନ ଥିଲେ ।

ଏଠି କହି ରଖିବୁ, ଆଜି ବଲାଙ୍ଗିର ଡିଆରଡିଏ କନଫରେନ୍ସ ହଲ୍‌ରେ ଜିଲ୍ଲା ପରିଷଦ ବୈଠକ ବସିଥିଲା। ବୈଠକରେ ମନ୍ତ୍ରୀ ଟୁକୁନି ସାହୁ, କଣ୍ଟାବାଂଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହିତ ଅନ୍ୟମାନଙ୍କ ଉପସ୍ଥିତରେ ଏପରି ପାଟିତୁଣ୍ଡ ଚାଲିଥିଲା ।

ବିଧାୟକ ସନ୍ତୋଷ ସିଂ କହିଛନ୍ତି,  ତୁମେ ଟଙ୍କା କାଟିବ, ଆମେ ଲୋକଙ୍କୁ ଜବାବ ଦେବୁ କାହିଁକି ? ସରକାରୀ ଗାଇଡଲାଇନକୁ ଜିଲ୍ଲାପାଳ କାହିଁକି ଉଲ୍ଲଙ୍ଘନ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ସାଲୁଜା। ବିଧାୟକ ଆହୁରି ଅଭିଯୋଗ କରିଥିଲେ,  ଜିଲ୍ଲାପାଳ  ନିଜ ଇଚ୍ଛାରେ ଅନୁସାରେ କାମ କରୁଛନ୍ତି। ଲୋକପ୍ରତିନିଧିଙ୍କୁ ଜିଲ୍ଲାପାଳ ଗୁରୁତ୍ୱ ଦେଉ ନାହାନ୍ତି। ’

Leave A Reply

Your email address will not be published.