Latest Odisha News

BREAKING NEWS

ଆର ପାରିରେ ନଟୁ କାକା

ମୁମ୍ବାଇ: କମେଡି ସିରିୟଲ ତାରକ ମେହତାଙ୍କ ଉଲଟା ଚଷମାର ଲୋକପ୍ରିୟ କଳାକାର ନଟୁ କାକା ଭୁମିକାରେ ଅଭିନୟ କରିଥିବା ଘନଶ୍ୟାମ ନାୟକଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ତାରକ ମେହେତାଙ୍କ ଉଲଟା ଚଷମାର କଳାକାରମାନେ ଏବଂ ପ୍ରଡ୍ୟୁସର ଅସିତ ମୋଦି ଏ ନେଇ ଶୋକ ବ୍ୟକ୍ତ କରିଛନ୍ତି ।

୧୯୬୦ରେ ମାସୁମରେ ସେ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଅନେକ ହିନ୍ଦୀ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ଶେଷରେ ଏହି ଟିଭି ସିରିୟଲ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା । ତାଙ୍କର ମଜାକିଆ ଭୂମିକାକୁ ଏବେ ଆଉ ଦର୍ଶକମାନେ ଉପଭୋଗ କରିପାରିବେ ନାହିଁ ।

Leave A Reply

Your email address will not be published.