କବିତା : କେମିତି ବଦଳି ଯାଏ
ଅନତାଂଶୁ ଜେନା
କେମିତି ବଦଳିଯାଏ !
ରାତିକ ଭିତରେ, ହସୁଥିବା ମୁହଁ
ହଠାତ୍ ପରଦେଶୀ
ସ୍ୱପ୍ନ ସବୁ ମଝି ଦାଣ୍ଡରେ ଶସ୍ତା
ହାଟରେ ବିକ୍ରି ହୁଏ,
କାଲିର ପଚା-ସଢ଼ା ଗୋପନୀୟତା ।
କେମିତି ବଦଳିଯାଏ !
ଗାଡ଼ିରୁ ଓହ୍ଲେଇ, ଦୌଡ଼ୁଥିବା ପାଦ
ହଠାତ୍ ମରୁବାଲି
ଦମକଳ ସବୁ…