ମୁଖ କ୍ୟାନସରରେ ୧୦ ବର୍ଷରେ ୩ ହଜାର ମୃତ
ରାଜ୍ୟରେ ମୁଖ କ୍ୟାନସର ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ରାଜ୍ୟରେ ମୁଖ କ୍ୟାନସର ନେଲାଣି ୩ ହଜାରରୁ ଅଧିକ ଜୀବନ । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଉତ୍ତର ରଖିଛନ୍ତି ।
୧୦ ବର୍ଷରେ ମୁଖ କ୍ୟାନସରରେ ୩ ହଜାର ୧୫୭ ଜଣଙ୍କ ଜୀବନ ଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।…