Latest Odisha News
Browsing Tag

Odia Poem

କବିତା : ମୁଁ

ଡମ୍ବରୁଧର ବେହେରା କାହା ପାଇଁ ଆଜି ମୁଁ କ'ଣ ? କାହା ପାଇଁ ଅଦିନିଆ ଝଡ କାହା ପାଇଁ ତତଲା କୋହର ପାହାଡ଼ ତଥାପି ବଞ୍ଚିବାକୁ ହେବ ମୋତେ ଖଟିଖିଆ ମଜୁରୀଆ ଖାଲି ଥିବା ଭାତ ହାଣ୍ଡିକୁ ଦେଖି ଦେଖି ଗରୀବର ହାଣ୍ଡିଶାଳେ ସହରର ମାଲିକଙ୍କୁ ଦେଖି ସେମାନଙ୍କ ସୁସ୍ୱାଦୁ ଖାଦ୍ୟର ମହ…

କବିତା : ପ୍ରୀତି ଦୀପାଳି

ରମାକାନ୍ତ ନାୟକ ନିଶବ୍ଦ ରାତ୍ରିର ଗଭୀର ଅନ୍ଧାରେ ଧାରାଗାମୀ ଆତ୍ମା ସମୂହ ତଥା କଥିତ ବଡ଼ ବଡୁଆଙ୍କ ଦେବଜ୍ୟୋତି ଆତ୍ମା, ମୋକ୍ଷ ପ୍ରାପ୍ତିର ଆଶେ, ପ୍ରୀତି ଦୀପାଳିର ଶ୍ରଦ୍ଧା ପ୍ରେମାଲୋକରେ ଆସନ୍ତି ପଇଁଆ ଖାଡ଼ିର ଜ୍ୟୋତିରେ ଆର୍ଶୀବାଦ ଉଜାଡି ଦେବାକୁ ଆଜିର ଦିନରେ । ଆସ ଆହେ…

କବିତା : ଶୁଭ ଦିପାବଳୀ

ପ୍ରଫୁଲ୍ଲ କୁମାର ହୋତା ଦିପାବଳୀ ଅଟେ ଆଲୋକର ପର୍ବ ଗାଆଁ ଗହଳି ହସୁଛି କାଉଁରିଆ କାଠି ଆଲୁଅରେ ପର୍ବ ସଭିଙ୍କୁ ସ୍ଵାଗତ କରୁଛି। ଆଲୋକର ପର୍ବ ଆମ ଦିପାବଳୀ ସଂସ୍କୃତିର ଗାଥା କହୁଛି ପ୍ରଭୁ ରାମଚନ୍ଦ୍ର ରାବଣ ନିଧନ ଅଯୋଧ୍ୟା ସାକ୍ଷୀ ରହିଛି। ଆମେ ସାବଧାନ ହୋଇବା ସଭିଏଁ ଆଲୋକ…

କବିତା : ଘର

ଲକ୍ଷ୍ମଣ ସାହୁ ଏଠି ଖଣ୍ତିଏ ଘର ଥିଲା କିଛି ଲୋକ ବାସ କରୁଥିଲେ ସତ ମଣିଷ , ମାଟି ମଣିଷ ଗଛର ପତ୍ର ଖସୁନଥିଲା ଧୂଳି ବି ଟିକେ ଉଡୁନଥିଲା ଚନ୍ଦନ ବାସ୍ନାରେ ମହମହ ପ୍ରାଙ୍ଗଣଟି ପିଲାଙ୍କ ସହ ପରିପୂର୍ଣ୍ଣ ଥିଲା । ବର୍ତ୍ତମାନ ଏଠାରେ ପାଗ ବଦଳି ସଭ୍ୟତାର ଖୋଳପା ମଧ୍ୟରୁ ଉତୁରି…

କବିତା : ସ୍ମୃତି

ମହମ୍ମଦ ତଫିଜୁଲ୍ ହୋସେନ  ସ୍ମୃତିତ ଅନେକ ଅଛି ବୁଣିବା ପାଇଁ ସବୁଠି ନିର୍ଜନ ମରୁଭୂମି ଉର୍ବର ଭୂମି ଖୋଜି ଚାଲିଛି ସେ ଅଙ୍କୁରିତ ହେବ, ଶାଖା ପ୍ରସାରିତ କରିବ ଦ୍ରୁମରୁ ମହାଦ୍ରୁମ ହୋଇ ଛାଇ ଦେବ ଥକ୍କା ମଣିଷଙ୍କୁୁ, ପଥହରା ପଥିକଙ୍କୁ ଭଙ୍ଗା ହୃଦୟେ ଧରି ବୁଲୁଥିବା ପ୍ରେମିକଙ୍କୁ…

କବିତା : ଜୀବନର କାନଭାସ

ମନୀଷା ତ୍ରିପାଠୀ ନୀରବଛିନ୍ନ ଅପରାହ୍ନରେ ନୀଳ ଗଗନ ତଳେ ଛିଡା ହୋଇ, ଯେବେ ନିଜର ପ୍ରତିବିମ୍ବକୁ ଝାଙ୍କି ଦେଖେ, କାହିଁ କେଜାଣି! ଜୀବନରେ ଛାଇଥିବା ଅପରାହ୍ନର ଆଭାସ ମୁଁ ପାଏ। ଗୋଧୂଳିରେ ତଟିନୀ ତଟରେ, ଯେବେ ନିଜର ଉପସ୍ଥିତିକୁ ଅନୁଭବ କରେ, କାହିଁ କେଜାଣି ଜୀବନର ଗୋଧୂଳି…

କବିତା : ଅସ୍ଥି

ସ୍ମୃତି ରଞ୍ଜନ ତ୍ରିପାଠୀ ଟିକେ ଅପେକ୍ଷା କର ! ଏଇ ସାଥେ ସାଥେ ପଥଶ୍ରାଦ୍ଧର ରୋଷଣିରେ କେହି ଆସିଛି କୋକେଇର ମାୟାଜାଲରେ, ବାଷ୍ପରୁଦ୍ଧ କଣ୍ଠ ରାମ ନାମ ସତ୍ୟ ହେ' ର ମନ୍ତ୍ରରେ କିଏ ଚିର କାଳ ପାଇଁ ବିଶ୍ରାମ ନେଉଛି । ଏଇ ସାଙ୍ଗେ ସାଙ୍ଗେ ଦାହ କରାହୋଇଛି ମୁରବୀ ପଣିଆର ମୁକୁଟ…

କବିତା : ମୁକ୍ତି

ସ୍ନେହଲତା ଦାସ ଲେଙ୍କା ଖୁବ୍ ଆକ୍ତାମାକ୍ତା ଲାଗେ ଦି'ପହରର ଏ ଖରାବେଳଟା ଲଟ୍କିଯାଏ ଛାତି ଭିତରେ ଭାକୁର କଣ୍ଟାଭଳି କିଛି ଗୋଟେ ଲକ୍ଷ୍ମଣର ଗାର ପରି ଏରୁଣ୍ଡି ଡେଇଁବାକୁ ସାହସ ପାଏନା ମୁଁ ଯେ ନାରୀ... ମୋତେ ଗାର ଡେଇଁବା ମନା ॥ ଶିରାପ୍ରଶିରାରେ ବହିଯାଉଛି ମନତଳର…

କବିତା : ଅନନ୍ତ ଶୟନେ ଯୁଗ ପୁରୁଷ

ବିନ୍ଦୁ ନିବେଦିତା  ଆମେ ଜାଣିଛୁ...ତମେ ମିଛ କୁହ, ତଥାପି ଶୁଣିବାକୁ ଯାଉ ଆମେ ଜାଣିଛୁ,..ମିଥ୍ୟା ପ୍ରତିଶ୍ରୁତିରେ ପୋତି ପକାଅ; ତଥାପି ସ୍ଵପ୍ନ ଦେଖିବା ଆରମ୍ଭ କରିଦେଉ ଆମେ ଜାଣିଛୁ, ଦିନକେତେ ଭାସିବ ଆମ ଘରେ ଲୋଭର ଘିଅ ଆଉ ମହୁ; ଆମେ ବି ସେ ମିଛି ମିଛିକା ଖୁସିରେ ଭାସୁ ।…

କବିତା : ଆଜି ମୁଁ ଏକା

ପବିତ୍ର ବେହେରା ଶାଣିତ ସ୍ପଷ୍ଟ ଶବ୍ଦରେ, ଗ୍ରୀଷ୍ମର ଉତ୍ତପ୍ତ ରାସ୍ତାରେ ଚୈତ୍ର ର ଡହ ଡହ ତାତିରେ,ନିରୋଳା ଶୂନଶାନ୍ ପଥରେ।। ଶୁଣିଥିଲି ଆପଣା କାନ୍ଧରେ ନିଜ ଶବ ବୋହି ହୁଏନାହିଁ କିନ୍ତୁ ଏଠି ଏକାପଣ ସମ ନିଜ ଶବକୁ ନିଜେ ବୋହି ଚାଲିଛି।। ଜୀବନର ନିଷ୍ଠୁର ବାସ୍ତବତା ମଧ୍ୟରେ…